ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟକ ଆଶା ଭୋସଲେଅସୁସ୍ଥ ହୋଇଥିବା ଖବର ଆସିଛି । ଶନିବାର ତାଙ୍କୁ ହୃଦଘାତ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ସେବା ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିବାର କିମ୍ବା ହସ୍ପିଟାଲ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଶିଳ୍ପର ଜଣେ ମହାନ ଏବଂ ବହୁମୁଖୀ କଳାକାର । ୭୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ସେ ବିଭିନ୍ନ ଭାଷା ଏବଂ ଧାରାରେ ଅଗଣିତ ଗୀତ ଗାଇଛନ୍ତି ।ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଆସୁଛନ୍ତି। ମଙ୍ଗେସ୍କର ପରିବାରର ଲତା ମଧ୍ୟ ଆଶା ମଙ୍ଗେସ୍କରଙ୍କ ଭଳି ସୁମଧୂର ସ୍ୱରର ଅଧିକାରିଣୀ। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ମ୍ୟୁଜିକ୍ କମ୍ପୋଜର ସଜ୍ଜାଦ ହୁସେନଙ୍କ ଏହି ଆଲବମ ଆଶାଙ୍କୁ ପ୍ରସିଦ୍ଧି ଦେଇଥିଲା।
ଏହାସହ ପଢ଼ନ୍ତୁ : ସଞ୍ଜୁଙ୍କ ଶତକ : ଦିଲ୍ଲୀକୁ ୨୧୩ ରନର ଟାର୍ଗେଟ ଦେଲା CSK