ନୂଆଦିଲ୍ଲୀ : ଗର୍ଜିଲା ସଞ୍ଜୁ ସାମସନଙ୍କ ବ୍ୟାଟ୍ । ଫର୍ମକୁ ଫେରିଲେ, ଦମଦାର ଶତକ ହାସଲ କଲେ । ଦିଲ୍ଲୀ କ୍ୟାପିଟାଲ୍ସକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ ସୁପର କିଙ୍ଗ୍ସ । ୨ ଓ୍ବିକେଟ୍ ବିନିମୟରେ ୨୧୨ ରନର କରିବାରେ ସକ୍ଷମ ହୋଇଛି ଚେନ୍ନାଇ । ସଞ୍ଜୁ ସାମସନ ୫୬ ବଲରୁ ୧୧୫ ରନ୍ କରିଥିବାବେଳେ ସାଥୀ ଖେଳାଳି ଆୟୂଷ ମାହତ୍ରେ ୩୬ ବଲରୁ୫୯ ରନ କରି ରିଟାର୍ଡ ଆଉଟ୍ ହୋଇ ପାଭିଲିନ ଫେରିଥିଲେ ।

ଟସ୍ ଜିତି ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ସିଏସକେକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ୧୮ ବଲରୁ ୧୫ ରନ୍ ଆଉଟ୍ ହୋଇଥିଲେ । ପରେ ସଞ୍ଜୁ ଏବଂ ଆୟୂଷ ମାହତ୍ରେ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ସଞ୍ଜୁ ଶତକ ଏବଂ ଆୟୂଷ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ପରେ ଶିଭମ ଦୁବେ ବ୍ୟାଟିଂ ପାଇଁ ଆସିଥିବାବେଳେ ସେ ୧୦ ବଲରୁ ରନ୍ କରିଛନ୍ତି ।

ସେପଟେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ବାକି ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ବାକି ବୋଲରମାନେ ଓ୍ବିକେଟ୍ ଲେସ୍ ଯାଇଛନ୍ତି ।

ଏହାସହ ପଢ଼ନ୍ତୁ : ଶ୍ରୀଦେବୀଙ୍କୁ ମନେ ପକାଇଲେ ବୋନି କପୁର, ସେୟାର କଲେ ୨୮ ବର୍ଷର ପୁରୁଣା ଫଟୋ