PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ; କହିଲେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି

Image Courtesy: LiveHindustan

ନୂଆଦିଲ୍ଲୀ,୨୯/୦୯: ବଳ ଦେଖାଇଲେ, ଏବେ ହେଲା ବୁମେରାଂ। ଦୁଇଟି ପଦ ଉପରେ ଲୋଭ। ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ। ଏହାରି ଭିତରେ ମେଳି କରି ଜିତାପଟ ହାସଲ କରିବାକୁ ଚାହୁଁଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଏବେ ଭାଙ୍ଗିଛି ଟାଣପଣ। ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି। ଦଳରେ ନେତା ଅସନ୍ତୁଷ୍ଟ। ଏବେ କେଉଁଆଡ଼କୁ ହେବେ ଅଶୋକ ଗେହଲଟ? ଗୁରୁବାର ପାଖାପାଖି ଦୁଇଘଣ୍ଟା ଧରି ଚାଲିିଥିବା ବୈଠକ ପରେ ଅଶୋକ ଗେହଲଟ କହିଥିଲେ, ‘ରାଜସ୍ଥାନରେ ଚାଲିଥିବା ଘଟଣାକୁ ନେଇ ମୁଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିସାରିଛି। ସେ ପୁଣି କହିଛନ୍ତି, କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଭିତରେ ମତେ ଯଥେଷ୍ଟ ସମ୍ମାନ ମିଳିଛି। ଦଳ ସବୁବେଳେ ମୋ ଉପରେ ବିଶ୍ବାସ ରଖି ଦାୟିତ୍ବ ଦେଇଛି। ଇନ୍ଦିରା ଗାନ୍ଧୀ, ରାଜିବ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମୋ ଉପରେ ଭରସା ରଖିଛି ଦଳ। କଂଗ୍ରେସ ମହାସଚିବ ପଦ ଠାରୁ ଆରମ୍ଭ କରି ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁଥିରେ କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ରହିଛି।’ ଏହା ବ୍ୟତିତ ଗେହଲଟ କହିଛନ୍ତି, ‘ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ଏଥିରେ ମୁଁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବି ନାହିଁ।’

ଅଶୋକ ଗେହଲଟ କହିଛନ୍ତି ଯେ, ରବିବାର ଯେଉଁ ଘଟଣା ଘଟିଥିଲା ତାହା ମତେ ଅସ୍ତବ୍ୟସ୍ଥ କରିଦେଇଥିଲା। ଏବଂ ଏହି ଘଟଣା ମତେ ସୂଚାଇଦେଲା ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହେ। ଏହି ଘଟଣାକୁ ନେଇ ମୁଁ ସୋନିଆ ଗାନ୍ଧୀଙ୍କ ଠାରୁ କ୍ଷମା ମାଗିନେଇଛି। ଏପଟେ ଆମର ଏକ ଲାଇନ୍‌ର ପ୍ରସ୍ତାବ ଦିଆଯାଇଥିବା ବେଳେ ଦୁର୍ଭାଗ୍ୟର ବିଷୟ ଏହା ପାରିତ ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଏହି ପ୍ରସ୍ତବାକୁ ପାରିତ କରିପାରିନ‌ଥିବାରୁ ମୁଁ ନିଜକୁ ଲଜ୍ଜିତ ମନେ କରୁଛି ବୋଲି କହିଛନ୍ତି ଅଶୋକ ଗେହଲଟ। ତାଙ୍କୁ ନେଇ ସାରା ଦେଶରେ ଏକ ଅପ୍ରିତିକର ମାହୋଲ ସୃଷ୍ଟି ହୋଇଥିବା ସ୍ବୀକାର କରିଛନ୍ତି ଗେହଲଟ। 

ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଯାହା ସବୁ ଘଟିଲା, ମୁଁ ନିଷ୍ପତ୍ତି ନେଇଛି ଯେ, ବର୍ତ୍ତମାନ ମୁଁ କଂଗ୍ରେସ ସଭାପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଅଶୋକ ଗେହଲୋଟଙ୍କ ବିବୃତ୍ତି ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ ତିଷ୍ଠି ରହିଥିବା ନେଇ ସନ୍ଦେହ ସୃଷ୍ଟି କରିଛି। ଯେତେବେଳେ ଜନପଥ ବାହାରେ ଗଣମାଧ୍ୟମ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପଚାରିଥିଲେ, ସେ କହିଥିଲେ ଯେ ସୋନିଆ ଗାନ୍ଧୀ ଏହାର ନିଷ୍ପତ୍ତି ନେବେ। ଏଭଳି ପରିସ୍ଥିତିରେ ଅଶୋକ ଗେହଲୋଟଙ୍କ ସହ ସୋନିଆ ଗାନ୍ଧୀଙ୍କ ଅସନ୍ତୋଷ ଅକ୍ଷୁର୍ଣ୍ଣ ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ଆଜି ସଚିନ ପାଇଲଟ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଏହା ପରେ ରାଜସ୍ଥାନ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋାଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର