PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ତାଲିବାନ୍‌ କବଜାରେ ଆଫଗାନିସ୍ତାନ: ଅଶରଫ୍ ଗନୀ କହିଲେ-‘ଦେଶରେ ରକ୍ତର ନଦୀ ବହିବା ଅପେକ୍ଷା ଦେଶ ଛାଡ଼ିବା ଉଚିତ୍‌ ମନେ କଲି’

ନୂଆଦିଲ୍ଲୀ: ଆମେରିକା ସେନାର ହଟିବାର ମାତ୍ର କେଇ ଦିନ ପରେ ତାଲିବାନ୍‌ କବଜାରେ ଆଫଗାନିସ୍ତାନ। ୨୦ ବର୍ଷ ପରେ ପୁୁଣିଥରେ ତାଲିବାନ କବଜାକୁ ଆସିଛି ଆଫଗାନିସ୍ତାନ। ଏସବୁ ମଧ୍ୟରେ ଦେଶର ରାଷ୍ଟ୍ରପତି ଅଶରଫ୍ ଗନୀ ଦେଶ ଛାଡ଼ି ପଳାୟନ କରିଛନ୍ତି। ଦେଶ ଛାଡ଼ିବା ପରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟ ରଖିଛନ୍ତି ଅଶରଫ୍।

ଅଶରଫ୍‌ ଗନୀ ସୋସିଆଲ ମିଡିଆରେ କହିଛନ୍ତି ଯେ, ଆଜି ମୋ ସାମ୍ନାରେ କଠିନ ସମୟ ରହିଛି। ଯାହାପାଇଁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ତାଲିବାନ୍‌ ସାମ୍ନାରେ ଠିଆ ହୋଇ ରହିବା ଉଚିତ୍‌। ମୁଁ ବିଗତ ୨୦ ବର୍ଷ ଧରି ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବାକୁ ନୀଜ ଜୀବନକୁ ଉତ୍ସର୍ଗୀକୃତ କରିଛି। ଯଦି ମୁଁ ଦେଶ ଛାଡ଼ି ନଥାନ୍ତି ତେବେ ପରିଣତି ଆହୁରି ଭୟଙ୍କର ହୋଇଥାନ୍ତା। ତାଲିବାନ୍‌ ମୋତେ ପଦରୁ ହଟାଇଛି ବୋଲି ଆଶରଫ୍‌ ଗନୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦେଶରେ ରକ୍ତର ନଦୀ ବହିବା ଅପେକ୍ଷା ଦେଶ ଛାଡ଼ି ଦେବା ଉଚିତ୍‌ ମନେ କଲି। ତାଲିବାନ ଖଣ୍ଡା ଓ ବନ୍ଧୁକ ମୁନ ବଳରେ ବିଜୟ ହାସଲ କରିଛି। ଏବେ ସେ ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ରକ୍ଷା ପାଇଁ ଦାୟୀ ରହିବେ। ଇତିହାସ ଏପରି ଶକ୍ତିକୁ କେବେ ଗ୍ରହଣ କରିନାହିଁ।

ଗନୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ତାଲିବାନ୍‌ ଆଫଗାନିସ୍ତାନବାସୀଙ୍କୁ ଆଶ୍ବସନା ଦେବା ଉଚିତ୍। ସମସ୍ତଙ୍କ ସହ ମିଶି ଏକ ସ୍ପଷ୍ଟ ଯୋଜନା ବନାଇବା ଉଚିତ୍। ମୁଁ ସର୍ବଦା ଦେଶର ସେବା କରିବା ଜାରି ରଖିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅଶରଫ ଗନୀ।