PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଶୁତୋଷ ହତ୍ୟା ମାମଲା: ଆଜି ସରିବ କାହ୍ନାର ରିମାଣ୍ଡ ଅବଧି

ବାଣପୁର,୨୮/୦୧: ବାଣପୁରରେ ଘଟିଯାଇଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ଦୁଇ ଦିନ ରିମାଣ୍ଡରେ ନେଇଥିଲା ବାଣପୁର ପୁଲିସ । ଶନିବାର ଅପରାହ୍ନ ୫ଟା ଶେଷ ହେବ ରିମାଣ୍ଡ ଅବଧି। ରିମାଣ୍ଡର ପ୍ରଥମ ଦିନରେ ମୃତକଙ୍କ ମୋବଇଲଟିକୁ ଅଭିଯୁକ୍ତ ରହୁଥିବା ଭଡାଘର ପାଖ​‌ରେ ଥିବା କୂଅରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି ।

ସୂଚନା ଥାଉକି ଆଶୁତାଷ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଆଶୀର୍ବାଦଙ୍କୁ ଗୁରୁବାର ଅପରାହ୍ନ ୩ଟାରେ ବାଣପୁର କୋର୍ଟରେ ହାଜର କରିଥିଲା ପୁଲିସ ଆଶୀର୍ବାଦ ଏକାକୀ ଏହି ହତ୍ୟାକାଣ୍ଡ କରିଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ ସୁଦ୍ଧା ଏହି ଘଟଣାରେ ଅନେକ ରହସ୍ୟ ଅଛି ଯାହାକି ଏଯାବତ ପୁଲିସ ଜାଣିପାରିନାହିଁ । ହତ୍ୟାକାଣ୍ଡ ରେ ଆଉ କେହି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସମ୍ପୃକ୍ତି ଥିଲେ କି, କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ମୃତକଙ୍କ ପରିବାରକୁ କ’ଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ। ଏହା ପଛରେ ତଦନ୍ତ ଦିଗ ପରିବର୍ତ୍ତନ ପାଇଁ ନା କୌଣସି ରାକେଟ ଅଛି ।ଏପରି ଏକାଧିକ ବିଷୟ ଜାଣିବା ପାଇଁ ପୁଲିସ ଅଭିଯୁକ୍ତ ଆଶୀର୍ବାଦଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅଦାଲତକୁ ଆବେଦନ କରିଥିଲେ । ରିମାଣ୍ଡର ପ୍ରଥମ ଦିନରେ ମୃତକଙ୍କ ମୋବଇଲଟିକୁ ଅଭିଯୁକ୍ତ ରହୁଥିବା ଭଡାଘର କୂଅରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଆଶୀର୍ବାଦଙ୍କୁ ୨୮ ତାରିଖ ଅପରାହ୍ନ ୫ଟାରେ ଅଦାଲତ ସମ୍ମୁଖରେ ହାଜର କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ବାଣପୁର କୋର୍ଟରେ ଜିଆର କେସ ନଂ ୫୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ବିରୋଧରେ ଆଇପିସି ଦଫା ୨୦୧, ୩୦୨, ୩୬୪, ୩୬୪ (କ) ଆଦି ଲାଗିଥିବା ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି ।