କୋଣାର୍କ,୨୪/୦୫: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢାଯିବା ପ୍ରକ୍ରିୟା ଜାରି । ଏହାକୁ ଅନୁଧ୍ୟାନ କରିଛନ୍ତି ଏଏସଆଇ ଡିଜି ଯଦୁବୀର ସିଂ ରାଓ୍ବତ । ଶନିବାର ସକାଳ ୧୦ଟାରୁ ଦିନ୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି। ଉତ୍ତର ପଶ୍ଚିମ କୋଣ ହାତୀଦ୍ବାର ନିକଟରେ ଏଡିଜିଙ୍କ ସମେତ ୧୫ଜଣିଆ ବିଶେଷଜ୍ଞ ଦଳ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ତିତି, ମନ୍ଦିର ସଂରକ୍ଷଣ ଆଦି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ଉତ୍ତର ପଶ୍ଚିମ କୋଣରେ ଏକ ଟନେଲ ନିର୍ମାଣ ହେବ ଓ ସମସ୍ତଙ୍କ ପରାମର୍ଶକ୍ରମେ ବାଲି କଢା ନିଷ୍ପତ୍ତି ନିଆଯିବ ବୋଲି ଯଦୁବୀର ସିଂ ରାଓ୍ବତ ସୂଚନା ଦେଇଥିଲେ।
ତେବେ ଏଏସଆଇ ଡିଜିଙ୍କ ସହିତ ଏଡିଜି ଜାନଭିଜ ଶର୍ମା,ଡାଇରେକ୍ଟର କନଜରଭେସନ ଭୀମା ଆଜମିର ସର୍କଲ ସୁପରିଟେଣ୍ଡେଟ ଡ଼ଃ ଡି.ବି ଗଡ଼ନାୟକ,ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶ,ଜୀବନ ପଟ୍ଟନାୟକଙ୍କ ସମେତ ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ୨୦୨୩ ଜାନୁୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା।