PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାନ୍ଧବଗଡ଼ ଫରେଷ୍ଟ ରିଜର୍ଭରୁ ମିଳିଲା ପ୍ରାଚୀନ ମୂର୍ତ୍ତି,ମନ୍ଦିର ଓ କଳାକୃର୍ତ୍ତି : ଏଏସ୍‌ଆଇ ଖୋଜିଲା ନବମ ଶତାବ୍ଦୀର ଐତିହ

ଭୋପାଳ,୨୯।୯: ମଧ୍ୟ ପ୍ରଦେଶର ବାନ୍ଧବଗଡ଼ ଫରେଷ୍ଟ ରିଜର୍ଭରେ ନବମ ଶତାବ୍ଦୀର ମନ୍ଦିର ଓ ବୌଦ୍ଧ ମଠ ମିଳିଛି। ଏହି ସବୁ ଐତିହାସିକ କୀର୍ତ୍ତିରାଜି ୧୭୫ ବର୍ଗ କିଲୋମିଟର ଅଞ୍ଚଳ ଭିତରେ ରହିଛି। ଏହି ସବୁ ଅବଶେଷ ଦୁଇ ହଜାର ବର୍ଷ ପୁରୁଣା। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ) ଏଠାରେ ୨୬ ମନ୍ଦିର, ୨୬ ଗୁମ୍ଫା, ୨ଟି ମଠ ଓ ଦୁଇଟି ସ୍ତୁପ, ୨୪ ଅଭିଲେଖ, ୪୬ କଳାକୃତ୍ତି ଓ ୧୯ ଜଳ ସ୍ରୋତ ସାମିଲ ରହିଛି। ଗୁମ୍ଫାରେ ବୌଦ୍ଧ ଧର୍ମ ସମ୍ପର୍କିତ ବହୁ ଐତିହାସିକ ଓ ରୋଚକ ସୂଚନା ସାମନାକୁ ଆସିଛି।

ଏଏସ୍‌ଆଇର କହିବା ଅନୁସାରେ, ବାନ୍ଧବଗଡ଼ ଟାଇଗର ରିଜର୍ଭରୁ ୨୬ ଗୁମ୍ଫା ମିଳିଛି। କିଛି ଗୁମ୍ଫାରୁ ବୌଦ୍ଧ ଗୁମ୍ଫା ସମୟର ପ୍ରମାଣ ମଧ୍ୟ ମିଳିଛି। ବୌଦ୍ଧ ଧର୍ମ ସମ୍ପର୍କିତ ପ୍ରମାଣ ଆମକୁ ମିଳିଛି। ମହାରାଷ୍ଟ୍ରରେ ଯେଉଁଭଳି ଗୁମ୍ଫା ରହିଛି, ସେଭଳି ଗୁମ୍ଫା ଏହା ରହିଛି। ଏହି କାମ ଆଇଏସଆଇ ଜବଲପୁର ସର୍କଲ ଟିମ୍‌ କରିଛନ୍ତି।

ଏହି ଗୁମ୍ଫାରେ ବ୍ରାହ୍ମି ଲିପିର ଅନେକ ଅଭିଲେଖ ରହିଛି ଯେଉଁଥିରେ ମଥୁରା, କୌଶମ୍ବି, ପଭତ, ଭେଜଭରଦା, ସପତନାଇରିକା ଭଳି ବହୁ ଜିଲ୍ଲାର ନାଁକୁ ଉଲ୍ଲେଖ କରାଯାଇଛି। ଏହା ଶ୍ରୀ ଭୀମସେନ୍ା, ମହାରାଜା ପୋଥାସିରି, ମହାରାଜା ଭଟ୍ଟାଦେବଙ୍କ ସମୟର ରହିଛି। ଗୁମ୍ଫା ସହିତ ଏଏସଆଇକୁ ୨୬ ପ୍ରାଚୀନ୍ ମନ୍ଦିର ମିଳିଛି। ଭଗବାନ ବିଷ୍ଣୁଙ୍କ ଶୟମ ମୁଦ୍ରାର ପ୍ରତିମା ସହିତ ବଡ ବଡ ବରାହ ପ୍ରତିମା ମିଳିଛି। ଏହି ମନ୍ଦିର ପ୍ରାୟ ୨ ହଜାର ବର୍ଷ ପୁରୁଣା।

ପ୍ରଥମ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରେ ମିଳିଥିବା ଏହି ସ୍ମାରକୀ ଦେଖି ଖୁସି ଥିବା ଏଏସ୍‌ଆଇ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଜବଲପୁର ଏଏସ୍‌ଆଇ ସୁପରିଟେଣ୍ଡଣ୍ଟ ଶିଭାକାନ୍ତ ବାଜପେୟୀ କହିଛନ୍ତି, ଏହି ସବୁ ଗୁମ୍ଫାରେ ମାନବ ନିର୍ମିତ। ଏହି ଗୁମ୍ଫାରେ ବୌଦ୍ଧ ଧର୍ମ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଦୁନିଆର ସବୁଠାରୁ ବଡ ବରାହ ମୂର୍ତ୍ତି ମଧ୍ୟ ମିଳିଛି, ଯାହାକି ୬.୪ ମିଟର ଉଚ୍ଚା। ଏହା ପୂର୍ବରୁ ମିଳିଥିବା ସବୁଠାରୁ ବଡ ବରାହ ମୂର୍ତ୍ତିର ଉଚ୍ଚତା ୪.୨୬ ମିଟର ଥିଲା। ଏହାଛଡା ମୋଗଲକାଳ ଓ ଶର୍କୀ ଶାସନ ସମୟର ମୁଦ୍ରା ମଧ୍ୟ ମିଳିଛି।