PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୨୭ରୁ ୟୁଏଇରେ ଏସିଆ କପ୍‌, ଫିଟ୍‌ନେସ୍‌ ପରୀକ୍ଷା ଦେବେ ରାହୁଲ

ନୂଆଦିଲ୍ଲୀ,୧୧/୦୮: ଆଗାମୀ ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଭାରତୀୟ ଦଳରେ ଲୋକେଶ ରାହୁଲଙ୍କ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଆହତ ସମସ୍ୟା ଓ କରୋନା ସଂକ୍ରମଣ ଯୋଗୁଁ ଗତ ମେ ଶେଷ ସପ୍ତାହରୁ ଏପର୍ଯ୍ୟନ୍ତ ସେ ଭାରତୀୟ ଦଳକୁ ଫେରି ନାହାନ୍ତି । ଭାରତୀୟ ଦଳରେ ଯୋଗ ଦେବା ପୂର୍ବରୁ ସେ ଫିଟନେସ୍‌ ଟେଷ୍ଟର ସମ୍ମୁଖୀନ ହେବେ । ସେ ଜାତୀୟ କ୍ରିକେଟ୍‌ ଏକାଡେମୀରେ ରାହୁଲ ଫିଟ୍‌ନେସ୍‌ ପରୀକ୍ଷା ଦେବେ । ଏଥିରେ ଉତ୍ତୀର୍ଣ୍ଣ ହୋଇ ଏନ୍‌ସିଏରୁ ଅନୁମତି ପାଇବା ପରେ ସେ ଭାରତୀୟ ଦଳ ସହ ୟୁଏଇ ଯାତ୍ରା କରିବେ ।

ଗତ ଆଇପିଏଲ୍‌ ପରଠୁ ରାହୁଲ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ନାହାନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପୂର୍ବରୁ ସେ ଆହତ ହୋଇଥିଲେ । ଏହାପରେ ଭାରତୀୟ ଦଳ ଟେଷ୍ଟ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଥିଲା । ରାହୁଲ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର ପାଇଁ ଜର୍ମାନୀ ଗସ୍ତ କରିଥିଲେ । ଏହାପରେ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ଆଗାମୀ ଜିମ୍ବାୱେ ଗସ୍ତ ପାଇଁ ଦଳ ଘୋଷଣା ପୂର୍ବରୁ ମଧ୍ୟ ରାହୁଲଙ୍କ ଜାଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା ।

ଏଥର ଏସିଆ କପ୍‌ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଆସନ୍ତା ୨୮ ତାରିଖରେ ଭାରତ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ । ମୋଟ୍‌ ୬ଟି ଦଳ ଯଥା-ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଯୋଗ୍ୟତାରୁ ଉନ୍ନୀତ ହେବାକୁ ଥିବା ଦଳକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହେବ । ସେପ୍ଟେମ୍ବର ୩ରୁ ସୁପର-୪ ପର୍ଯ୍ୟାୟ ଆରମ୍ଭ ହୋଇ ୯ରେ ଶେଷ ହେବ । ୧୧ ତାରିଖରେ ଫାଇନାଲ ମ୍ୟାଚ୍‌ ଦୁବାଇରେ ଖେଳାଯିବ । ଏସିଆ କପ୍‌ ଶେଷ ହେବା ପରେ ଭାରତୀୟ ଦଳ ସ୍ୱଦେଶ ବାହୁଡ଼ି ଆସି ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିବ । ଅକ୍ଟୋବର ୨୦ରେ ପ୍ରଥମ (ମୋହାଲି), ୨୩ରେ ଦ୍ୱିତୀୟ (ନାଗପୁର) ଏବଂ ୨୫ରେ ତୃତୀୟ (ହାଇଦ୍ରାବାଦ) ମ୍ୟାଚ୍‌ ଖେଳାଯିବ ।

ଏହାପରେ ଦକ୍ଷିଣ ଆଫ୍ରିକା ସହ ସେପ୍ଟେମ୍ବର ୨୮ରୁ ଟି-ଟ୍ୱେଣ୍ଟି ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୨୮ରେ (ଥିରୁଅନନ୍ତପୁରମ), ଅକ୍ଟୋବର ୨ରେ ଦ୍ୱିତୀୟ (ଗୌହାଟୀ) ଏବଂ ଅକ୍ଟୋବର ୪ରେ ତୃତୀୟ (ଇନ୍ଦୋର) ମ୍ୟାଚ୍‌ ରହିଛି । ଶେଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳି ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିବ । ପ୍ରଥମ ଦିନିକିଆରେ ଅକ୍ଟୋବର ୬ରେ (ଲକ୍ଷ୍ନୌ), ୯ରେ ଦ୍ୱିତୀୟ (ରାଞ୍ଚି) ଏବଂ ୧୧ରେ ତୃତୀୟ (ଦିଲ୍ଲୀ) ମ୍ୟାଚ୍‌ ଖେଳାଯିବ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର.ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଅଭେଷ ଖାନ । ଷ୍ଟାଣ୍ଡବାଏ-ଶ୍ରେୟାସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହର ।