PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଏସିଆ କପରେ ଶ୍ରେଷ୍ଠ ପ୍ଲେଇଂ ଇଲେଭେନକୁ ନେଇ ପଡିଆକୁ ଓହ୍ଲାଇବ ଭାରତ: କାହାକୁ ମିଳିବ ସୁଯୋଗ? କିଏ ପଡିବେ ବାଦ୍?

ନୂଆଦିଲ୍ଲୀ ୦୮/ ୦୮: ଏସିଆ କପ କ୍ରିକେଟକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଦମଦାର ଫର୍ମରେ ଥିବା ଭାରତ ବେଷ୍ଟ ଟିମକୁ ନେଇ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଆଇପିଏଲ ସିଜି ୨୦୨୨ ପରେ ପରେ ଅନେକ ଖେଳାଳିଙ୍କୁ ମଧ୍ୟ ଦଳ ସୁଯୋଗ ଦେବାରେ ଲାଗିଛି । ତେଣୁ ଏସିଆ କପ ପାଇଁ ଦଳ ଚୟନ ମ୍ୟାନେଜମେଣ୍ଟ ପାଇଁ ବେଶ କଷ୍ଟସାଧ୍ୟ ହେବ ନିଶ୍ଚୟ । କେବଳ ଖେଳାଳି ନୁହେଁ ଅଧିନାୟକ ପଦରେ ମଧ୍ୟ ଅନେକ ଖେଳାଳିଙ୍କୁ ଦେଖାଯାଇଛି । ଗତ ୩ ମାସ ମଧ୍ୟରେ ୬ ଜଣ ଖେଳାଳି ଭାରତୀୟ ଦଳର ଅଧିନାୟକତ୍ବ କରିସାରିଛନ୍ତି ।

ପୂର୍ବତନ କୋଚ ଲାଲଚାନ୍ଦ ରାଜପୁତ କହିଛନ୍ତି, ଭାରତୀୟ ଟିମ୍‌ ଆଗାମୀ ଏସିଆ କପ ଟ୍ବେଣ୍ଟି ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟରେ ନିଜର ଶ୍ରେଷ୍ଠ ଟିମକୁ ନେଇ ପଡିଆକୁ ଓହ୍ଲାଇବ । ଦଳରେ ବିରାଟ କୋହଲି, ଲୋକେସ ରାହୁଲ, ଜସପ୍ରୀତ ବୁମରାହଙ୍କ ପ୍ରତ୍ୟାବର୍ତ୍ତନ ହେବ । ଆସନ୍ତା ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆ କପ ଟୁର୍ଣ୍ଣାମେଣ୍ଟ ।

ଲାଲଚାନ୍ଦ କହିଛନ୍ତି, ରୋହିତ ଶର୍ମା ଅଧିନାୟକ ଭାବେ ଦଳର ମଙ୍ଗ ଧରିବେ । ଅନ୍ୟପଟେ ବିରାଟ କୋହଲି ଏବଂ ଲୋକେସ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ । ସେହିଭଳି ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକ ଦଳରେ ରହିବା ମଧ୍ୟ ସ୍ପଷ୍ଟ । ସେହିଭଳି ଦୀପକ ହୁଡ୍ଡା ଗତ ୨ ମାସ ହେଲା ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଯାହା ଫଳରେ ସେ ମଧ୍ୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏପରିକି ଶ୍ରେୟ ଆୟର, ସଞ୍ଜୁ ସାମସନ ଏବଂ ଇଶାନ କିଷାନଙ୍କୁ ମଧ୍ୟ ପଛରେ ଛାଡିଯାଇଛନ୍ତି ହୁଡ୍ଡା ।

ଅଲରାଉଣ୍ଡରଙ୍କ କଥା କହିବାକୁ ଗଲେ, ଚୟନକର୍ତ୍ତା ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବା ଥୟ । ସେହିଭଳି ତୃତୀୟ ଅଲରାଉଣ୍ଡର ଭାବେ ଅକ୍ଷର ପଟେଲଙ୍କୁ ଦଳ ସୁଯୋଗ ଦେଇପାରେ । ଅନ୍ୟପଟେ ବୋଲିଂ ବାହିନୀ ମଧ୍ୟ ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ଦ୍ରୁତ ବୋଲର ଭାବେ ବୁମରାହ ଏବଂ ଭୁବନେଶ୍ବର କୁମାରଙ୍କ କାନ୍ଧରେ ଗୁରୁ ଦାୟିତ୍ବ ରହିବ । ନୂଆ ବୋଲର ଭାବେ ଅର୍ଶଦୀପ ସିଂହଙ୍କୁ ସାମିଲ କରାଯାଇପାରେ । କାରଣ ଚାପରେ କିଭଳି ଭାବେ ବୋଲିଂ କରିବାକୁ ହୁଏ ତାହା ଅର୍ଶଦୀପଙ୍କୁ ବେଶ ଜଣା । ସେହିଭଳି ୧୫ ଜଣିଆ ସଦସ୍ୟଙ୍କ ମଧ୍ୟରେ ମହମ୍ମଦ ସାମି ଏବଂ ଆବେଶ ଖାନଙ୍କୁ ଦଳରେ ସାମିଲ କରାଯାଇପାରେ । ପ୍ଲେଇଂ ଇଲେଭେନରେ ଦ୍ବିତୀୟ ସ୍ପିନର ଭାବେ ଯୁଜବେନ୍ଦ୍ର ଚହଲଙ୍କୁ ସାମିଲ କରିବ ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଅଶ୍ବିନ ଏବଂ କୁଲଦୀପ ଯାଦବଙ୍କୁ ୧୫ ଜଣିଆ ଟିମରେ ନେଇପାରେ ଦଳ ।

ସମ୍ବନ୍ଧିତ ଖବର