PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପାକିସ୍ତାନରେ ହେବନି ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ, ଏସିସି ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ ୦୪/ ୦୨: ପାକିସ୍ତାନର ଜିଦ୍ଦିକୁ ଶେଷରେ ଏଡାଇ ଦେଇଛି ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) । ଶନିବାର ଏ ନେଇ ସବୁକିଛି ସ୍ପଷ୍ଟ ହୋଇଯାଇଛି । ଏସିଆ କପ୍‌ ୨୦୨୩ର ଆୟୋଜନ ପାକିସ୍ତାନରେ ହେବାକୁ ଥିବାବେଳେ ଗସ୍ତ କରିବାକୁ ରୋକଠୋକ୍‌ ମନା କରିଦେଇଥିଲା ବିସିସିଆଇ । ଯାହାକୁ ନେଇ ପିସିବି ଅକ୍ଳାନ୍ତ ଉଦ୍ୟମ ମଧ୍ୟ ଜାରି ରଖିଥିଲା । କିନ୍ତୁ ସବୁ ଚେଷ୍ଟା ବିଫଳ ହେବା ହୋଇଛି । ଏହା ସହିତ ପାକିସ୍ତାନ ହାତରୁ ଏସିଆ କପ୍‌ ୨୦୨୩ ଆୟୋଜନ ଭାର ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି । ଅର୍ଥାତ୍‌ ଚଳିତ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବ ନାହିଁ । ଟୁର୍ଣ୍ଣାମେଣ୍ଟ ଆୟୋଜନ ପାକିସ୍ତାନ ବାହାରେ ଅର୍ଥାତ୍‌ ୟୁଏଇରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଫେବୃଆରୀ ୪ ଶନିବାର ଏସିଆ କପ୍‌ ଆୟୋଜନ ନେଇ ଏସିଆନ୍ କ୍ରିକେଟ୍‌ କାଉନସିଲ (ଏସିସି) ସହ ପିସିବିର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିରେ ପିସିବି ମୁଖ୍ୟ ନଜମ ସେଠୀ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଦାବି ଉଠାଇବାରୁ ଏହାକୁ ରୋକଠୋକ୍‌ ମନା କରିଦେଇଛନ୍ତି ଏସିସି ସଭାପତି ଜୟ ଶାହ । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାକିସ୍ତାନରେ ହେବନାହିଁ । ତେବେ ପ୍ରକୃତରେ କେଉଁଠି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ତାହା ଆସନ୍ତା ମାର୍ଚ୍ଚ ମାସରେ ଘୋଷଣା କରାଯାଇପାରେ ।

ବିସିସିଆଇର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନ କ୍ରିକେଟ୍‌କୁ ବଡ ଝଟ୍‌କା ଲାଗିଛି । ଏହା ପୂର୍ବରୁ ପୂର୍ବତନ ପିସିବି ମୁଖ୍ୟ ରମିଜ୍‌ ରାଜା ମଧ୍ୟ ଅନେକ ଥର ଟିପ୍ପଣୀ ରଖିସାରିଛନ୍ତି । ଏପରିକି ଧମକ ମଧ୍ୟ ଦେଇଛି ଯେ, ଦିନିକିଆ ବିଶ୍ବକପ୍‌ ଖେଳିବାକୁ ଦଳ ଭାରତ ଆସିବ ନାହିଁ । ମିଳିଥିବା ସୂଚନା ଅନୁସାରେ, ବିସିସିଆଇ ସଚିବ ଜୟ ଶାହ ଏବେ ଏସୀୟ କ୍ରିକେଟ୍‌ କାଉନସିଲ୍‌ (ଏସିସି) ବୈଠକ ପାଇଁ ବାହାରିନ୍‌ ଗସ୍ତରେ ଅଛନ୍ତି । ସେଠାରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଜଣାପଡିଛି । ତେବେ ଏହାକୁ ନେଇ ଅଧିକାରୀକ ଭାବେ ବର୍ତ୍ତମାନ ସୁଦ୍ଧା କୌଣସି ବୟାନ ଜାରି କରାଯାଇ ନାହିଁ । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏ ନେଇ କୌଣସି ସୂଚନା ଦେଇ ନାହିଁ ।

ରିପୋର୍ଟ ମୁତାବକ, ଜରୁରୀ ବୈଠକ ପାଇଁ ଏସିସିକୁ ଦାବି କରିଥିଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ନଜମ ସେଠୀ । ଦାବି ମୁତାବକ ଏସିସି କ୍ରିକେଟ୍‌ କାଉନସିଲ ମଧ୍ୟ ବୈଠକ ପାଇଁ ରାଜି ହୋଇଥିଲା । ବୈଠକରେ ଏସିଆ କପ୍‌ ୨୦୨୩ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯିବାର ଥିଲା । ଏଥିପାଇଁ ବାହାରିନ୍‌ରେ ପହଞ୍ଚିଥିଲେ ବିସିସିଆଇ ସଚିବ ଜୟ ଶାହ । ତେବେ ପିସିବି ମୁଖ୍ୟ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଦାବି ଉଠାଇବାରୁ ଏହାକୁ ରୋକଠୋକ୍‌ ମନାକରିଦେଇଛନ୍ତି ଜୟ ଶାହ । ଏବେ ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ବଦଳରେ ୟୁଏଇରେ ଖେଳାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର