PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଏସିଆ ଇଲେଭେନ୍- ଓ୍ବାର୍ଲ୍ଡ ଇଲେଭେନ ମଧ୍ୟରେ ହେବ ଯୋରଦାର ଲଢେଇ,ଗୋଟିଏ ଟିମରେ ଏକାଠି ଖେଳିବେ କୋହଲି ଓ ଆମିର

ନୂଆଦିଲ୍ଲୀ,୨୬।୭: ଆସନ୍ତା ବର୍ଷ ମାର୍ଚ୍ଚରେ ଏସିଆ ଇଲେଭେନ୍ ଓ ଓ୍ବାର୍ଲ୍ଡ ଇଲେଭେନ୍ ମଧ୍ୟରେ ହେବାକୁ ଥିବା ଅନ୍ତଃର୍ଜାତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଓ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଗୋଟିଏ ଟିମରେ ଏକାଠି ଖେଳି ପାରନ୍ତି। କାରଣ ବାଲାଂଦେଶ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିବି) ଆଗାମୀ ବର୍ଷ ମାର୍ଚ୍ଚରେ ଏସିଆ ଇଲେଭେନ୍ ଓ ଓ୍ବାର୍ଲ୍ଡ ଇଲେଭେନ ମଧ୍ୟରେ ଦୁଇଟି ଅନ୍ତଃର୍ଜାତୀୟ ଟି-୨- ମ୍ୟାଚ ଆୟୋଜନ କରିବାର ମନ ବଳାଇ ସାରିଛନ୍ତି। ବିସିବି ପକ୍ଷରୁ ଘୋଷଣା କରାଯାଇଛି ଯେ, ବାଲାଂଦେଶର ପ୍ରତିଷ୍ଠାତା ଶେଖ, ମୁଜିବୁର ରେହମାନଙ୍କ ଜନ୍ମ ଶତାବ୍ଦୀ ଅବସରରେ ଏସିଆ ଇଲେଭେନ୍ ଓ ଓ୍ବାର୍ଲ୍ଡ ଇଲେଭେନ୍ ମଧ୍ୟ ଦୁଇଟି ଟି-୨୦ ମ୍ୟାଚର ଆୟୋଜନ କରାଯିବ।

ଶେଖ ମୁଜବିର ରେହମାନ ବାଲାଂଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ ଓ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଥିଲେ। ଶେଖଙ୍କୁ ଅଗଷ୍ଟ ୧୯୭୫ରେ ହତ୍ୟା କରିଦିଆଯାଇଥିଲା। ବିସିବିର ଅଧ୍ୟକ୍ଷ ନଜମୁଲ ହୁସେନ ପାପୋନ ଏହି ଦୁଇଟି ମ୍ୟାଚ ପାଇଁ ଦୁଇଟି ଟିମରେ ସର୍ବଶ୍ରେଷ୍ଠ ଅନ୍ତଃର୍ଜାତୀୟ ଖେଳାଳିଙ୍କୁ ସାମିଲ କରିବାର ପ୍ରତିଶୃତି ଦେଇଛନ୍ତି। ଯାହାକି କି ବିଶ୍ବ କ୍ରିକେଟ ପାଇଁ ଏକ ଐତିହାସିକ କ୍ଷଣ ହେବ।ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, ପାକିସ୍ତାନର ମହମ୍ମଦ ଆମିର, ବାଲାଂଦେଶର ଶାକିବ ଅଲ ହସନ ଓ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗାଙ୍କ ବ୍ୟତୀତ ସମସ୍ତ ଏସିଆର ଟି-୨୦ ସ୍ପେଶାଲିଷ୍ଟ ପ୍ଲେୟାର ଗୋଟିଏ ଟିମରେ ଏକାଠି ଖେଳୁଥିବାର ଦେଖିବାକୁ ମିଳିବେ।

ଏହି ମାମଲାରେ ବିସିବିର ଅଧ୍ୟକ୍ଷ ନଜମୁଲ ହସନ କହିଛନ୍ତି ଯେ, ତାଙ୍କର ପ୍ରୟାସ ରହିବ ଯେ, ଦୁହେଁ ଟିମରେ ବର୍ତ୍ତମାନ ସମୟରେ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳିର ଅଂଶ ହୋଇପାରିବେ। ଆଇସିସିର ବାର୍ଷିକ ବୈଠକ ଏହି ମ୍ୟାଚକୁ ଅନ୍ତଃର୍ଜାତୀୟ ମ୍ୟାଚର ମାନ୍ୟତା ପ୍ରଦାନ କରିବାର ଅନୁମତି ମଧ୍ୟ ମିଳିଯାଇଛି। କୁହାଯାଉଛି ଯେ, ଏହି ଦୁଇଟି ଟି-୨୦ ଅନ୍ତଃର୍ଜାତୀୟ ମ୍ୟାଚ ବେଳେ ଏସିଆ ଇଲେଭେନରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଲାଂଦେଶ ଓ ଅଫଗାନିସ୍ତାନର ମୁଖ୍ୟ ଖେଳାଳି ଏକାଠି ଖେଳିବେ। ସେଭଳି ଓ୍ବାର୍ଲ୍ଡ ଇଲେଭେନରେ ଓ୍ବେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟେ୍ରଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଯୋଗ ଦେବେ।