PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଏସିଆନ୍‌ କପ୍‌: ଜାପାନ-ଇରାନ ସେମି

ଦୁବାଇ, ୨୫ ।୧ (ଏଜେନ୍ସି): ଏଏଫ୍‌ସି ଏସିଆନ୍‌ କପ୍‌ କ୍ୱାର୍ଟର ଫାଇନାଲ୍‌ରେ ଜାପାନ ଓ ଇରାନ ବିଜୟୀ ହୋଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପ୍ରଥମ କ୍ୱାର୍ଟରରେ ଜାପାନ ୧-୦ରେ ଭିଏତନାମକୁ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଇରାନ ୩-୦ରେ ଚୀନକୁ ପରାଜିତ କରିଥିଲା ।
ଜାପାନ ୧-୦ ଭିଏତନାମ: ମ୍ୟାଚ୍‌ଟି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ଉନ୍ନତ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧର ଖେଳ ଗୋଲ୍‌ଶୂନ୍ୟ ରହିଥିଲା । ୫୬ତମ ମିନିଟ୍‌ ପର୍ଯ୍ୟନ୍ତ ଖେଳରେ ଗୋଲ୍‌ ସମ୍ଭବ ହୋଇ ନଥିଲା । ଏତିକିବେଳେ ଜାପାନକୁ ମିଳିଥିଲା ପେନାଲ୍ଟି । ପେନାଲ୍ଟି ନିଷ୍ପତ୍ତି ପାଇଁ ‘ଭାର’ର ସହାୟତା ନିଆଯାଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଏହି ମ୍ୟାଚ୍‌ରେ ‘ଭାର’ର ସହାୟତା ନିଆଯାଇଥିଲା । ଜାପାନକୁ ମିଳିଥିଲା ପେନାଲ୍ଟିକୁ ରିତସୁ ଡୋଆନ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ । ଏହି ଗୋଲ୍‌ ପରିଶୋଧ କରିବା ପାଇଁ ଭିଏତନାମ ଖେଳର ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା। ମାତ୍ର ସଫଳ ହୋଇ ପାରି ନଥିଲା । ଜାପାନକୁ ମଧ୍ୟ ଅଧିକ ସୁଯୋଗ ମିଳି ନଥିଲା । ଶେଷରେ ୧-୦ ଗୋଲ୍‌ରେ ଅଗ୍ରଣୀ ଥିବା ଜାପାନ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିଲା ।
ଇରାନ ୩-୦ ଚୀନ: ମ୍ୟାଚ୍‌କୁ ଇରାନ ସଂପୂର୍ଣ୍ଣ ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖିଥିଲା । ୧୭ତମ ମିନିଟ୍‌ ପର୍ଯ୍ୟନ୍ତ ଇରାନ ସହ ଲଢ଼ିଥିଲା ଚୀନ । ମାତ୍ର ୧୮ତମ ମିନିଟ୍‌ରେ ଇରାନ ପ୍ରଥମ ଗୋଲ୍‌ ସ୍କୋର କରି ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା । ମେହନ୍ଦି ତାରେମି ଏହି ଗୋଲ୍‌ଟି ସ୍କୋର କରିଥିଲେ । ସର୍ଦ୍ଦାର ଆଜମୌନ ୩୧ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ କରି ଦଳର ସ୍ଥିତି ମଜବୁତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା ଇରାନ ।
ଦ୍ୱିତୀୟାର୍ଦ୍ଧରେ ଚୀନ ଉନ୍ନତ ପ୍ରଦର୍ଶନ କରିଥିଲା । ଖେଳ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଲଢ଼ି ଗୋଲ ପରିଶୋଧ କରିବାର ପ୍ରୟାସ କରିଥିଲା । ହେଲେ ଇରାନ ଖେଳାଳି କୌଣସ ସୁଯୋଗ ଦେଇ ନଥିଲେ । ବରଂ ୯୦୍ମ୧ ମିନିଟରେ ଇରାନର କରିନ ଅନସରିଫର୍ଡ ତୃତୀୟ ଗୋଲ୍‌ ସ୍କୋରରି ୩-୦ ଗୋଲ୍‌ରେ ଦଳକୁ ବିଜୟୀ କରାଇଥିଲେ । ପ୍ରଥମ ଦୁଇଟି କ୍ୱାର୍ଟର ଶେଷ ହେବା ସହ ପ୍ରଥମ ସେମି ଫାଇନାଲ୍‌ ଲାଇନ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୮ ତାରିଖରେ ଇରାନ ଓ ଜାପାନ ପ୍ରଥମ ସେମି ଖେଳିବେ ।

ସମ୍ବନ୍ଧିତ ଖବର