PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆପଣଙ୍କ ଚେହେରା ଗାନ୍ଧି-ପଟେଲଙ୍କ ଭଳି ଦେଖାଯାଉ, ସଦ୍ଦାମ ହୁସେନ ଭଳି ନୁହେଁ : ରାହୁଲଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୯।୧୧: ରାହୁଲ ଗାନ୍ଧିଙ୍କ ନେତୃତ୍ବର କଂଗ୍ରେସର ଭାରତ ଯୋଡ ଯାତ୍ରା ରାଜ୍ୟର ୧୫ଟି ବିଧାନସଭା ଓ ୬ଟି ସଂସଦୀୟ ଅଞ୍ଚଳକୁ କଭର କରିସାରିଛି। ୭ ନଭେମ୍ବରରେ ମହାରାଷ୍ଟ୍ର ପହଞ୍ଚି ଥିବା ଯାତ୍ରା ଶନିବାର ୧୩ ତମ ଦିନରେ ଜାରି ରହିଛି। ଏହାଭିତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା  ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ଗୁଜରାଟ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ କରାଯାଇଥିବା ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ରାହୁଲ ଗାନ୍ଧିଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ହିମନ୍ତ କହିଛନ୍ତି, ରାହୁଲଜୀ ଆପଣଙ୍କ ଚହେରା ଏଭଳି ହେବା ଦରକାର, ଯେମିତି ଲୋକଙ୍କୁ ମହାତ୍ମା ଗାନ୍ଧି ଦେଖାଯିବେ, ସର୍ଦ୍ଦାର ପଟେଲ ଦେଖାଯିବେ, କିନ୍ତୁ ଏଭଳି ନୁହେଁ ଯେଉଁଥିରେ ସଦ୍ଦାମ ହୁସେନ ଦେଖାଯିବେ।’

ସେ ରାହୁଲ ଗାନ୍ଧିଙ୍କୁ ଗୁଜରାଟ ନିର୍ବାଚନ ପ୍ରଚାର ନକରିବାକୁ ଆସିବା ନେଇ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲଙ୍କ ଗୋଟିଏ ଅଭ୍ୟାସ, ଯାହାକୁ ମୁଁ ବହୁ ଦିନ ହେବ ଦେଖୁଛି। ଯଦି ଗୌହାଟିରେ କ୍ରିକେଟ ମ୍ୟାଚ୍ ହୁଏ, ତେବେ ସେ ଗୁଜରାଟରେ ଥିବେ। ସେ ଗୁଜରାଟରେ ମଧ୍ୟ ବ୍ୟାଟ୍‌ ଓ ପ୍ୟାଡ୍‌ ସାଙ୍ଗରେ ରଖିବେ, ପ୍ରସ୍ତୁତ ହେଉଥିବେ କିନ୍ତୁ ମୈଦାନକୁ ଓହ୍ଲାଇ ପାରିବେନି।’

ସାଭରକରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ଆସାମ ମୁଖ୍ୟମନ୍ତ୍ରୀ ଏବେ ରାହୁଲଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଐତିହାସିକ ଜ୍ଞାନ ବହୁତ କମ୍। ହୋଇପାରେ କେହି ତାଙ୍କ ପାଇଁ ଇତିହାସ ପଢିଛନ୍ତି, ସେ ଇତିହାସ ପଢିନାହାନ୍ତି। ସେ ସାଭରକରଙ୍କ ଅପମାନ କରି ଘୋର ପାପ କରିଛନ୍ତି। ଉଲ୍ଲେଖନୀୟ ଯେ, କଂଗ୍ରେସର ଭାରତ ଯୋଡ ଯାତ୍ରା ୨୦ ନଭେମ୍ବରେ ମଧ୍ୟ ପ୍ରଦେଶ​‌ରେ ପ୍ରବେଶ କରିବାକୁ ଯାଉଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କର୍ଣ୍ଣାଟକ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଦେଇ ମଧ୍ୟ ପ୍ରଦେଶ ସୀମାରେ ପ୍ରବେଶ କରିବ।