ଭୁବନେଶ୍ଵର, ୨୫/୦୩ : ବିଧାନସଭା ବଜେଟ୍ ଅଧିବେଶନରେ ଅଚଳାବସ୍ଥା ଜାରି। ଶାସକ ଓ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ସ୍ଵାଭାବିକ ହୋଇପାରୁନି ଗୃହ। ଯାହାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି। ମଙ୍ଗଳବାର ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି।

ସେହିପରି ଶୂନ୍ୟକାଳରେ ମହିଳା ନିର୍ଯାତନା, ମହାନଦୀ ପରି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ବିରୋଧୀ ଘେରିବେ। ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ସେହିପରି କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ତେବେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରସ୍ତୁତ ଥିବାରୁ ଗୃହ କାର୍ଯ୍ୟ ସ୍ଵାଭାବିକ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି