PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କାଲି ଖୋଲିବ ଭାଗ୍ୟ, ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ୬୩ଟି ଭୋଟ୍‌ ଗଣତି କେନ୍ଦ୍ର । ପ୍ରାୟ ୨୫୦୦ ଟେବୁଲରେ ହେବ ଗଣତି । ୨୩ ତାରିଖ ସକାଳ ୮ଟାରୁ ଖୋଲିବ ଇଭିଏମ୍‌ ପେଡ଼ି । ଗଣତି ପାଇଁ ନିୟୋଜିତ ହୋଇଛନ୍ତି ୬୭୦୦ ଅଧିକାରୀ । ଓଡ଼ିଶାର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନର ଭୋଟ୍‌ ଗଣତି ପାଇଁ ଏମିତି ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ।

ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି, ପ୍ରତି ହଲ୍‌ରେ ୧୫ଟି ଟେବୁଲ ରହିବ । ସେଥିମଧ୍ୟରୁ ଉଭୟ ବିଧାନସଭା ଓ ଲୋକସଭା ସିଟ୍‌ ପାଇଁ ୭ଟି ଲେଖାଏଁ ଟେବୁଲ ରହିବ । ରିଟର୍ଣ୍ଣ ଅଫିସର ଓ ପ୍ରାର୍ଥୀଙ୍କ ପାଇଁ ଏକ କେନ୍ଦ୍ରୀୟ ଟେବୁଲ ରହିବ । ଏହି ଟେବୁଲରେ ପୋଷ୍ଟାଲ ବାଲଟ୍‌ ଭୋଟ୍‌ର ଗଣତି କରାଯିବ ।

ଶ୍ରୀ କୁମାର କହିଛନ୍ତି, ମୁକ୍ତ ତଥ।। ସ୍ୱଚ୍ଛ ଗଣତି ଉଦ୍ଦେଶ୍ୟରେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ନିୟୋଜନ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଗଣତି ପର୍ଯ୍ୟବେକ୍ଷକ (କାଉଣ୍ଟିଂ ସୁପରଭାଇଜର୍‌) ରହିବାକୁ ଥିବା ବେଳେ ଜଣେ ଗଣତି ସହାୟକ (କାଉଣ୍ଟିଂ ଆସିଷ୍ଟାଣ୍ଟ) ଓ ଅନ୍ୟ ଜଣେ ମାଇକ୍ରୋ ଅବଜର୍ଭର ରହିବେ । କେନ୍ଦ୍ରୀୟ ଉଦ୍ୟୋଗ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ମାଇକ୍ରୋ ଅବଜର୍ଭର ଦାୟିତ୍ୱ ଦିଆଯାଇଛି । ଭୋଟ୍‌ ଗଣତି ପାଇଁ ସାରା ରାଜ୍ୟରେ ମୋଟ୍‌ ୬,୭୦୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ପ୍ରତି ଗଣତି କେନ୍ଦ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଜଣେ ପର୍ଯ୍ୟବେକ୍ଷକ ଅତିବେଶିରେ ୩ଟି ହଲ୍‌ର ଦାୟିତ୍ୱରେ ରହିପାରିବେ ବୋଲି ସିଇଓ କହିଛନ୍ତି

ସେ କହିଛନ୍ତି, ଓଡ଼ିଶାରେ ଭୋଟ୍‌ ଗଣତି ପାଇଁ ସିଇସିଙ୍କ ପକ୍ଷରୁ ୨,୦୫୧ଟି ଟେବୁଲର ବ୍ୟବସ୍ଥା ହୋଇଥିଲା । କିନ୍ତୁ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେଉଥିବାରୁ ଗଣତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଟେବୁଲ ସଂଖ୍ୟା ବଢ଼ାଇବା ପାଇଁ ସିଇସିଙ୍କୁ ଅନୁରୋଧ କରାଯାଇଥିଲା । ଏଣୁ ସିଇସି ଅତିରିକ୍ତ ୪୧୧ଟି ଟେବୁଲ ଆବଣ୍ଟନ କରିଛନ୍ତି ।

ସିଇଓ କହିଛନ୍ତି, ପ୍ରତି ବିଧାନସଭାର ଫଳାଫଳ ଜାଣିବାକୁ ହାରାହାରି ୩୦ ରାଉଣ୍ଡ ଗଣତି ହେବ । କିନ୍ତୁ ସମ୍ବଲପୁର ବିଧାନସଭା ପାଇଁ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ । ଏଣୁ ଏହି ଆସନର ଫଳାଫଳ ପ୍ରଥମେ ଜଣାପଡ଼ିବ । ଅପରପକ୍ଷରେ ପାଟଣାଗଡ଼ ବିଧାନସଭାର ଫଳାଫଳ ବିଳମ୍ବିତ ହେବ । ଏହି ଆସନ ପାଇଁ ୪୯ ରାଉଣ୍ଡ ଗଣତି ହେବ । ପୋଷ୍ଟାଲ ବାଲଟ୍‌ ଗଣତି ସମ୍ପର୍କରେ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି, ୨୦୧୪ ନିର୍ବାଚନରେ ମୋଟ୍‌ ୩୧,୩୨୬ଟି ପୋଷ୍ଟାଲ ବାଲଟ୍‌ ଆସିଥିଲା । କିନ୍ତୁ ଚଳିତ ଥର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ପୋଷ୍ଟାଲ ବାଲଟ୍‌ ଭୋଟ୍‌ ଗ୍ରହଣ ହୋଇଛି ।

ସେ କହିଛନ୍ତି, ସକାଳ ୮ଟାରୁ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ରିଟର୍ଣ୍ଣିଂ ଅଫିସରଙ୍କ ଟେବୁଲରେ ପୋଷ୍ଟାଲ ବାଲଟ୍‌ ଗଣତି ଆରମ୍ଭ ହେବ । ଏହାର ୩୦ ମିନିଟ୍‌ ପରେ ଇଭିଏମ୍‌ ଭୋଟ୍‌ ଗଣତି ଆରମ୍ଭ କରାଯିବ । ଏହାଛଡ଼ା ସୁପ୍ରିମ୍‌କୋର୍ଟଙ୍କ ପ୍ରତି ଲୋକସଭାର ୫ଟି ବୁଥ୍‌ର ଭିଭିପାଟ୍‌ ଗଣତି ହେବ ।
ଭୋଟ୍‌ ଗଣତି ହଲ୍‌ର ପ୍ରତି ଟେବୁଲରେ ପ୍ରାର୍ଥୀଙ୍କ ଏଜେଣ୍ଟ ରହିବେ । ଯଦି ପ୍ରାର୍ଥୀ କୌଣସି ଟେବୁଲକୁ ଯିବାକୁ ଚାହିଁବେ, ତାହାହେଲେ ଏଜେଣ୍ଟଙ୍କ ସ୍ଥାନରେ ସେ ସେଠାକୁ ଯାଇପାରିବେ ।

ସିଇଓ କହିଛନ୍ତି, ଭୋଟ୍‌ ଗଣତି କେନ୍ଦ୍ରକୁ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରବେଶକୁ ବାରଣ କରାଯାଇଛି । କୌଣସି ଅଧିକାରୀ ମୋବାଇଲ, ଟାବଲେଟ ଭଳି ଗେଜେଟ୍‌ର ବ୍ୟବହାର କରିପାରିବେ ନାହିଁ । ସ୍ୱଚ୍ଛ ତଥା ଶୃଙ୍ଖଳିତ ଗଣତି ପାଇଁ ଭୋଟ୍‌ ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି ।
ନିର୍ବାଚନ ଫଳାଫଳ ନେଇ ସର୍ବସାଧାରଣଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ସମେତ ସିଇଓ ଅଫିସର ମିଡିଆ ହଲ ଓ କୌଣସି ଗୋଟିଏ ପାର୍କରେ ଏଲ୍‌ଇଡି ବୋର୍ଡର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି ।