PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

କେନ୍ଦ୍ରାପଡା ଏସ୍‌ପିଙ୍କୁ ଗିରଫ ଦାବି ଧାରଣାରେ ବସିଲା ବିଜେପି, କଂଗ୍ରେସ ବିଧାୟକ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିବା ତଥା ମାଡ଼ ମାରିବା ଘଟଣାକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି । ବିରୋଧୀ ଦଳ ସଦସ୍ୟମାନେ ଜୋରଦାର ହଙ୍ଗାମା କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗହୃରେ ହୋହଲା୍ଲ କରବିାରୁ ପଶ୍ରକ୍ନାଳ ପରେ କୌଣସି କାର୍ଯ୍ୟ ଚାଲିପାରିନାହିଁ । ବାଚସ୍ପତି ବାଧ୍ୟହୋଇ ଗୃହକୁ ବାରମ୍ବାର ମୁଲତବି କରିଥିଲେ ସୁଦ୍ଧା ସ୍ୱାଭାବିକ ନ ହେବାରୁ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବି ରହିଛି ।

ଅପରାହ୍ଣରେ ମଧ୍ୟ ହଙ୍ଗାମା ଥମିନଥିଲା । ଏସ୍‌ପିଙ୍କ ଗିରଫ ଦାବିରେ କଂଗ୍ରେସ ଗୃହରେ ଧରଣାରେ ବସିଥିଲାବେଳେ ବିଜେପି ଗୃହ ବର୍ଜନ କରିଛି । ଆଜି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍‌ପିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଗତକାଲି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିଲା । ଏହି ସମୟରେ କିଛି ସାମ୍ବାଦିକ ସେଠି ଉପସ୍ଥିତ ଥିଲେ । ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ମାଡ଼ ମାରିଥିଲେ ।

ପୂର୍ବରୁ ପୁରୀରେ ମଧ୍ୟ ସାମ୍ବାଦକିଙ୍କୁ ପୁଲସି ମାଡ଼ ମାରଥିଲିା । ଅଧକିାଂଶ ଜିଲ୍ଲାରେ ଜିଲ୍ଲାପାଳମାନେ ବିଜେଡିର ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । ଏହା ଏକ ଗୁରୁତର ଘଟଣା ।ଚତୁର୍ଥ ସ୍ତମ୍ଭ ଉପରେ ହୋଇଥବିା ଏ ଆକ୍ରମଣର ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ତାଙ୍କୁ ଗିରଫ କରାଯାଉ । ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହନିୀପତି କହିଥିଲେ, କେନ୍ଦ୍ରାପଡ଼ା ଏସ୍‌ପି ଯେଉଁଭଳି ଭାବରେ ବ୍ୟବହାର କରିଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ମୁଁ ବୁଝିପାରୁନାହିଁ, ଏଠି ଗଣତନ୍ତ୍ର ଶାସନ ଚାଲିଛି ନା ରାଜତନ୍ତ୍ର ଅଥବା ନବୀନତନ୍ତ୍ର ଚାଲିଛି ।କସ୍ମିନ୍‌କାଳେ ଏହା ବରାଦାସ୍ତ କରାଯିବ ନାହିଁ ।

ମହାରାଷ୍ଟ୍ରରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ ଆଣିଛନ୍ତି । ଏଠି ସରକାର ସାମ୍ବାଦିକମାନଙ୍କୁ ସୁରକ୍ଷା ଦିଅନ୍ତୁ । ଘଟଣାର ତଦନ୍ତ କରାଯାଉ ଏବଂ ଏସ୍‌ପିଙ୍କୁ ଗିରଫ କରାଯାଉ ବୋଲି ତାରା କହିଥିଲେ । ଏ ପ୍ରସଙ୍ଗରେ ସେ ବାଚସ୍ପତିଙ୍କ ନିର୍ଦ୍ଦିଷ୍ଟ ରୁଲିଂ ଦାବି କରିଥିଲେ । ବିଜେପି ବଧିାୟକ ବଷ୍ଣିୁ ଚରଣ ସେଠୀ ଏହି ପସ୍ରଙ୍ଗରେ କହଥିେିଲ, ରାଜ୍ୟରେ ଆଇନ ୍‌ଶଙ୍ଖୃଳା ଭଶୁଡୁି ପଡଛି ିବୋଲ ିଆମେ ସ୍ୱର ଉଠାଇଥଲିୁ ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲୁ । ଡେରିରେ ହେଲେ ମଧ୍ୟ ସେ ବିବୃତି ରଖିଲେ । କିନ୍ତୁ ଫଳ କ’ଣ ହେଲା? ଜଣେ ଏସ୍‌ପି ଗୁଣ୍ଡାଙ୍କ ଭଳି କାମ କରୁଛନ୍ତି । ସେ କହିଥିଲେ, ପୁରୀରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମରାହେଲା । କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନି । କିଟ୍‌ ବିଶ୍ୱବିଦ୍ୟାଳୟରେ ଗୁଣ୍ଡା ଲଗାଇ କର୍ତ୍ତୃପକ୍ଷ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ପରେ ବିଜେଡି ତାଙ୍କୁ ପୁରସ୍କାର ଦେଲା । ନିଜ ଦଳ ତରଫରୁ ତାଙ୍କୁ ସାଂସଦ କରାଗଲା । ସରକାର ଜାଣିଶୁଣି ସାମ୍ବାଦିକମାନଙ୍କ ମର୍ଯ୍ୟାଦା ହାନି କରୁଛି ।

ବାଚସ୍ପତି ଏଥିରେ କୌଣସି ରୁଲିଂ ନ ଦେବାରୁ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ମାଡ଼ିଯାଇ ଜୋରଦାର ନାରାବାଜି କରିଥିଲେ । ଏପଟେ କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ଆସନରେ ଠିଆ ହୋଇ ସ୍ଳୋଗାନ ଦେଉଥିଲେ । ଗୃହର ପରିସ୍ଥିତି ବାଚସ୍ପତିଙ୍କ ଆୟତ୍ତରେ ନ ଥିଲା । ବାଧ୍ୟ ହୋଇ ସେ ପନ୍ଦର ମିନିଟ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ । ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ଏକା ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତି ଯେତେ ବୁଝାସୁଝା କଲେ ମଧ୍ୟ କିଛି ପ୍ରଭାବ ପଡ଼ି ନ ଥିଲା । ବାଚସ୍ପତି କହିଥିଲେ, କେନ୍ଦ୍ରାପଡ଼ା ଏସ୍‌ପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏଣୁ ଏହା ଉପରେ ଆଉ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ନାହିଁ । କିନ୍ତୁ ବିରୋଧୀ ଦଳ ବାଚସ୍ପତିଙ୍କର ଏ କଥାକୁ ଗ୍ରହଣ କରି ନ ଥିଲେ । ଫଳରେ ବାଚସ୍ପତି ୧୦ ମିନିଟ୍‌, ୧୫ ମିନିଟ୍‌, ୫ ମିନିଟ୍‌ ଏଭଳି ୫/୬ ଥର ଗୃହ ମୁଲତବି କରିଥିଲେ । ଶେଷ ବେଳକୁ ବିଜେପି ସଦସ୍ୟମାନେ ଟିକେ ନରମି ଯାଇ ନିଜ ଆସନକୁ ଫେରି ଆସିଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଅଧିକ ଉଗ୍ର ହୋଇ ଉଠିଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୋକିମ୍‌ ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ୍‌ ଆଗରେ ଚେୟାର ଉପରେ ଛିଡ଼ା ହୋଇ ନାରାବାଜି କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ କିଏ କ’ଣ କହୁଛି, କିଛି ଶୁଭି ନ ଥିଲା । ବାଧ୍ୟହୋଇ ବାଚସ୍ପତି ୧୨ଟା ୫୬ ମିନିଟ୍‌ରେ ଗୃହକୁ ଅପରାହ୍ଣ ୩ଟା ଯାଏଁ ମୁଲତବି ଘୋଷଣା କଲେ ।

ଅପରାହ୍ଣରେ ମଧ୍ୟ ପରିସ୍ଥିତି କିଛି ସୁଧୁରି ନଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ନିରସିଂହ ମିଶ୍ର ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଜଣେ ଜେଇ ନିମ୍ନ ମାନର କାମ କରିଥିଲେ ବୋଲି ପାଟଣାଗଡ଼ ବିଧାୟକ ତାଙ୍କୁ ରାସ୍ତାରେ ଉଠବସ୍‌ କରାଇଥିଲେ । ପରେ ସେ ତାଙ୍କ କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ତାଙ୍କୁ କ୍ଷମା ମିଳିଲା ନାହିଁ । ସେ ଜେଲ୍‌ ଗଲେ ଏବଂ ଏବେ ଜାମିନ୍‌ରେ ଆସିଛନ୍ତି । କିନ୍ତୁ ଜଣେ ଏସ୍‌ପି ମାଡ଼ ମାରିଲେ ଏବଂ ଦୁଃଖ ପ୍ରକାଶ କରିଦେଲେ, କଣ ତାଙ୍କୁ ଛାଡ଼ ମିଳିଯିବ । ନରସିଂହ ବାଚସ୍ପତିଙ୍କୁ ପଚାରିଥିଲେ, ପ୍ରୋଟୋକଲ ଅନୁସାରେ ବଡ଼ କିଏ ? ଏସ୍‌ପି ନା ବିଧାୟକ । ଯଦି ବିଧାୟକ ଜେଲ ଗଲେ, ଏସ୍‌ପିଙ୍କ ପାଇଁ ଏତେ ଦରଦ କାହିଁକି? କେନ୍ଦ୍ରାପଡ଼ାରେ ନିର୍ବାଚନ ଚାଲିଛି । ଏସ୍‌ପି ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଠିକ୍‌ କି? ଆମେ ବାଚସ୍ପତିଙ୍କଠାରୁ ନିର୍ଦ୍ଧିଷ୍ଟ ରୁଲିଂ ଆଶା କରୁଥିଲୁ । ବାଚସ୍ପତି କହିଲେ, ସେ ଦୁଃଖ ପ୍ରକାଶ କରିସାରିଛନ୍ତି, ତେଣୁ ଆଲୋଚନା ନ ହେବା ଉଚିତ୍‌ । ଏଇଟା କ’ଣ ବାଚସ୍ପତିଙ୍କ ରୁଲିଂ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଏହା ରୁଲିଂ ନୁହେଁ । ମୁଁ ଟିଭିରେ ଦେଖିଥିଲି ତ, ସେ କଥା ଗୃହରେ କହିଦେଲି । ସେ ଦୁଃଖ ପ୍ରକାଶ କରିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏହି ପ୍ରସଙ୍ଗ ପୁଣି ଉଠାଇ କହିଥିଲେ, ବାଚସ୍ପତି ଯଦି ରୁଲିଂ ନ ଦେଇଛନ୍ତି, ତା’ ହେଲେ ଏବେ ଦିଅନ୍ତୁ । ସରକାରୀ ଅଫିସର ଯେଉଁମାନେ କି ଦୋଷୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ବାଚସ୍ପତିଙ୍କ ରୁଲିଂ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଡି଼ ବସିଥିଲା । ବିଜେପି ସଦସ୍ୟମାନେ ତାଙ୍କ ଆସନରେ ଠିଆ ହୋଇ ହୋ ହଲ୍ଲା କରୁଥିଲା ବେଳେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଡକୁ ମାଡି଼ ଯାଇଥିଲେ । ବାଚସ୍ପତି ଏହାକୁ ଏଡାଇ ଯାଇ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରିବାକୁ ଡାକିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ଯଦି ବାଚସ୍ପତି ଆମ କଥା ଶୁଣିବାକୁ ନାରାଜ । ତା’ ହେଲେ ଆମେ ଗୃହରେ ରହିବୁ କାହିଁକି? ଆମେ ଏହାର ପ୍ରତିବାଦରେ କକ୍ଷ ତ୍ୟାଗ କରୁଛୁ ବୋଲି କହି ଚାଲିଯାଇଥିଲେ । ଏପଟେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ । କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ ଆମର ଦାବି… ବାଚସ୍ପତି ହାଏ ହାଏ… ବାଚସ୍ପତିଙ୍କ ମନମୁଖୀ ଶାସନ ଚଳିବ ନାହିଁ… ଚଳିବ ନାହିଁ… ସ୍ଲୋଗାନରେ ଗୃହ କମ୍ପିଲା । ବାଧ୍ୟ ହୋଇ ୩ଟା ୪୦ ମିନିଟ୍‌ରେ ବାଚସ୍ପତି ଗୃହକୁ ମୁଲତବି କରି ସର୍ବଦଳୀୟ ବୈଠକ ଡକାଇଥିଲେ । ହେଲେ ବିଜେପି ସଦସ୍ୟମାନେ ଆଉ ଲେଉଟି ନଥିଲେ । କଂଗ୍ରେସ ସଦସ୍ୟମାନଙ୍କୁ ଶାନ୍ତ କରାଇ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବାକୁ ରାଜି କରାଇବାରେ ସଫଳ ହୋଇଥିଲେ ବାଚସ୍ପତି ।