ଭୁବନେଶ୍ବର, ୨।୪ : ବିଳମ୍ବିତ ରାତି ଯାଏଁ ଚାଲିବ ବିଧାନସଭା। ସେଥିପାଇଁ  ସମୟସୀମାରେ ସଂଶୋଧନ ଅଣାଯାଇଛି। ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ମଞ୍ଜୁରୀ  ଦେଇଛନ୍ତି ବାଚସ୍ପତି ।

ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଆଲୋଚନା ଚାଲୁ ରହିଛି  ।  ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ପାରିତ କରିବାକୁ ରାତି ନଅଟା ପରେ ବି ଆଲୋଚନା ଚାଲିଛି। ବିଲ ଆଗତ ହେବା ପରେ ପାରିତ ନେଇ ଚାଲିଛି ଆଲୋଚନା । ଏହି ଆଲୋଚନା ବେଳେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ । 

ବିରୋଧୀ ଦଳ ବିଧାୟକମାନେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବୀ କରୁଥିବା ବେଳେ ଶାସକ ଦଳର ବିଧାୟକମାନେ ପାରିତ ହେବା ନେଇ ଯୁକ୍ତି ବାଢୁଛନ୍ତି । ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ଆଲୋଚନା।