କେନ୍ଦୁଝର,୨୭/୦୫: ଲାଞ୍ଚ ନେବାବେଳେ ଧରାପଡିଲେ ସହକାରୀ ଯୋଗାଣ ଅଧିକାରୀ। ଚମ୍ପୁଆ ସହକାରୀ ଯୋଗାଣ ଅଧିକାରୀ ଧୁମାରାମ୍ ମୁର୍ମୁଙ୍କୁ ମାଡିବସିଲା କେନ୍ଦୁଝର ଭିଜିଲାନ୍ସ ଟିମ୍। ଧାନ କିଣା ବିଲ୍ କରାଇଦେବା ପାଇଁ ଜଣେ ଲ୍ୟାମ୍ପସ୍ ଏମ୍.ଡିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ACSO ଧରାପଡିଛନ୍ତି।
ଆହୁରି ପଢନ୍ତୁ-ଜୁନ୍ ୨ ତାରିଖ ଯାଏଁ ତାପମାତ୍ରାରୁ ମିଳିବନି ତ୍ରାହି ! ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର
ଧାନକିଣା କାରବାରରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ହିରାମୋହନ ନାଏକ ଲାଭ ପାଇଥିବା କହି ACSO ଧୂମାରାମ ମୁର୍ମୁ ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ହିରାମୋହନ ନାଏକ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା କାରବାର ଚାଲିଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ACSOଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଥିବା ସହିତ ଅଧିକ ତଦନ୍ତ ଜାରି ରଖିଛି। । ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।