ଭୁବନେଶ୍ବର,୨୭/୦୫: ଦିନରେ ଯେତିିକି ଗରମ ଅନୁଭୁତ ହେଉଛି, ରାତି ତାପମାତ୍ରା ବି ସହିହେଉନି। ହିଟଓ୍ବେଭରେ ହନ୍ତସନ୍ତ ସାରା ଓଡ଼ିଶା। ରାଜ୍ୟରେ ହିଟୱେଭରେ ୨୨ ଜଣକ ଜୀବନ ଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏତିମଧ୍ୟରୁ ୩ଜଣଙ୍କ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ମୃତକ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେପଟେ ଜୁନ୍ ୨ ଯାଏଁ ତାପମାତ୍ରରେ ନିସ୍ତାର ନାହିଁ , ହିଟଓ୍ବେଭ ସାଙ୍ଘାତିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ବୌଦ୍ଧର କିଛି ସ୍ଥାନ ପାଇଁ ମଧ୍ୟ ରେଡ ଆଲର୍ଟ ଦିଆଯାଇଛି। ଝାରସୁଗୁଡା, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କନ୍ଧମାଳ, ବରଗଡ ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।
ସେପଟେ ଜୁନ୍ ୨ ତାରିଖ ଯାଏଁ ତାତିରୁ ତ୍ରାହି ମିଳିବନି। ସାଙ୍ଘାତିକ ହେବ ହିଟୱେଭ। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଜି ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ହିଟ୍ ୱେଭ୍ ନେଇ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେପଟେ ଆସନ୍ତା ୨୯ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅବଶ୍ୟ ପାଣିପାଗ ବିଭାଗର ଏଭଳି ଆକଳନ ଆଶ୍ବସ୍ତି ଦେଇଛି । ଏହା ଯଦି ଲଘୁଚାପର ପରିଣତ ହୁଏ ତା ହେଲେ ଜୁନ ୩ ବେଳକୁ ବର୍ଷା ହେବା ନେଇ ଆକଳନ କରାଯାଇଛି।
ପାଣିପାଗ ସମ୍ପର୍କତ ଖବର ପଢ଼ନ୍ତୁ: Heatwave Alert : ଜୁନ୍ ୨ ଯାଏଁ ହିଟୱେଭ୍ ଆଲର୍ଟ, ଜଳିବ ପଶ୍ଚିମ ଓଡ଼ିଶା