ଭୁବନେଶ୍ବର ୨୬/୦୧: ଆମେ ପଞ୍ଚଇନ୍ଦ୍ରିୟ ଜରିଆରେ ନିଜକୁ ଏବଂ ଚାରିପାଖର ପରିବେଷ୍ଟନୀ ସହିତ ସମ୍ପର୍କ ଯୋଡ଼ିପାରୁ । କିନ୍ତୁ ପଶୁପକ୍ଷୀମାନେ ଆଉ ଏକ ଇନ୍ଦ୍ରିୟର ଅଧିକାରୀ ହୋଇଥାନ୍ତି । ସେମାନଙ୍କର ଷଷ୍ଠ ଇନ୍ଦ୍ରିୟ ସକ୍ରିୟ ଥାଏ ବୋଲି ଆଧ୍ୟାତ୍ମ ଜଗତ ତଥା ବିଜ୍ଞାନ ଜଗତ ସ୍ୱୀକାର କରନ୍ତି । ଜୀବଜନ୍ତୁ ଏହି ଷଷ୍ଠ ଇନ୍ଦ୍ରିୟ ଜରିଆରେ ଆଗତ ଭବିଷ୍ୟତ ସମ୍ପର୍କରେ ସୂଚନା ପାଇପାରିଥାଏ । ବିରାଡ଼ିର ମଧ୍ୟ ରହିଛି ଅଦ୍ଭୁତ ଶକ୍ତି । ବ୍ରାଉନ ୟୁନିଭର୍ସିଟିର ବୈଜ୍ଞାନିକ ଡେଭିଡ ଡୋସା ତାଙ୍କ ଲିଖିତ ପୁସ୍ତକ ‘ମେକିଙ୍ଗ ରାଉଣ୍ଡସ୍ ୱିଥ୍ ଅସ୍କାର’ (୨୦୦୯)ରେ ଏକ ରହସ୍ୟମୟୀ ବିରାଡି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ସେ ଲେଖିଛନ୍ତି ରହସ୍ୟମୟ ବିରାଡ଼ିଟି ହାସପାତାଳର ମୃତ୍ୟୁଆସନ୍ନ ବ୍ୟକ୍ତି ପାଖରେ ପହଞ୍ଚିଯାଉଥିଲା । ବିରାଡ଼ିଟି ରୋଗୀ ଶଯ୍ୟା ନିକଟରେ ବସି ରହିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ସୁନିଶ୍ଚିତ ହେଉଥିଲା । ଆମର ସମାଜରେ ବି ବିଶ୍ୱାସ ରହିଛି ଯେ ବାଟରେ ଗଲାବେଳେ ଯଦି ସାମ୍ନା ଦେଇ ବିରାଡି ରାସ୍ତା ଅତିକ୍ରମ କଲା, ତାହା ଆଗକୁ କୌଣସି ବିପଦ ରହିଥିବାର ସୂଚନା ଦିଏ । ତେବେ ବିରାଡ଼ି କେବଳ ଯେ ଅଶୁଭର ସଙ୍କେତ ଦିଏ, ତାହା ନୁହେଁ ବିରାଡ଼ି ଶୁଭବାର୍ତ୍ତାର ବାହକ ହୋଇପାରେ । କ’ଣ ଏସବୁ ଶୁଭସଙ୍କେତ ଜାଣିବା ।
ଘରୁ କୌଣସି ଏକ ଗୁରୁତ୍ୱପୂ୍ର୍ଣ୍ଣ କାର୍ଯ୍ୟରେ ବାହାରୁଥିବା ବେଳେ ଯଦି ବିରାଡ଼ି ପାଟିରେ କିଛି ଖାଦ୍ୟ ଧରିଥିବାର (ବିଶେଷତଃ ମାଂସ ଟୁକୁଡ଼ା) ଦେଖିବାକୁ ପାଆନ୍ତି,ତେବେ ଜାଣିବା ଦରକାର ଯେ ଏହା ଶୁଭ ସଙ୍କେତ । ଆପଣଙ୍କର କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ ବୋଲି ଏହା ସୂଚାଇଥାଏ ।
ବିରାଡ଼ିକୁ ନିଜ ପିଲାଙ୍କ ସହ ଖେଳିବା,ପାଖରେ ଥିବା ଦେଖିବାକୁ ପାଇଲେ ତାହା ଆପଣଙ୍କୁ ଖୁସିର ସଙ୍କେତ ଦେଇଥାଏ । ଅଗାମାୀ ଦିନରେ ଆପଣଙ୍କର କୌଣସି ପ୍ରିୟ ବ୍ୟକ୍ତି ସହ ଭେଟ ହେବାର ସମ୍ଭାବନା ରହିଛି କିମ୍ବା କୌଣସି ଶୁଭ ଖବର ମିଳିବ ବୋଲି ଏହି ସଙ୍କେତରୁ ବାର୍ତ୍ତା ମିଳିଥାଏ । ତେବେ କୁକୁରଙ୍କ ପରି ବିରାଡ଼ି କାନ୍ଦିବାର ଶବ୍ଦ ଶୁଭିଲେ, କିମ୍ବା ଦୁଇ ବିରାଡ଼ିଙ୍କ କଳିଗୋଳର ଶବ୍ଦ ବିପଦକୁ ସୂଚିତ କରିଥାଏ । ଏଣୁ ଆଗରୁ ସତର୍କ ରହିବା ଭଲ ।
ଆହୁରି ପଢ଼ନ୍ତୁ :- ପିଲା ଦୂରେଇ ଯିବେ ନାହିଁ , ବହିକୁ ଖୁବ୍ ଆପଣାଇବେ...ପିତାମାତା ଏହି ଟିପ୍ସକୁ ଆପଣାନ୍ତୁ