ସ୍ମାର୍ଟଫୋନ୍ ଓ ସ୍କ୍ରିନର ଏହି ଚକମକିଆ ଦୁନିଆରେ, ଆଜି ଅଧିକାଂଶ ପିତାମାତା ଅଭିଯୋଗ କରନ୍ତି ଯେ, ସେମାନଙ୍କ ପିଲାମାନେ ପୁସ୍ତକ ଅପେକ୍ଷା ରିଲ୍ ଦେଖିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ପିତାମାତାମାନେ ପ୍ରାୟତଃ ବିଶେଷଜ୍ଞମାନଙ୍କୁ ପଚାରୁ ଥିବାର ଦେଖାଯାଏ ଯେ, ସେ ଏମିତି କଣ କଲେ ,ସେମାନଙ୍କ ପିଲା ନିଜେ ହାତରେ ବହି ଧରି ବସି ପଢିବେ। ଯଦି ଆପଣ ମଧ୍ୟ ଆପଣଙ୍କ ପିଲା ପାଇଁ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି, ତ ସର୍ବ ପ୍ରଥମେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ, ପୁସ୍ତକ ବା ବହି କେବଳ ଅକ୍ଷରର ଗଦା ନୁହେଁ, ବରଂ ତାହା ଏକ ଯାଦୁକରୀ ଝରକା ଯାହା ଜଣେ ପିଲାକୁ କୁଆଡେ ନଯାଇ ସମଗ୍ର ବିଶ୍ୱ ଭ୍ରମଣ କରାଇ ପାରିବ। କିନ୍ତୁ ତାଙ୍କର ଏହି ଯାତ୍ରା ଗାଳି ତାଗିଦ କରି ନୁହେଁ, ବରଂ ସାଥିରେ ଏକାଠି ବସିବା ସହ ପୃଷ୍ଠା ପରେ ପୃଷ୍ଠା ଓଲଟାଇ କାହାଣୀରେ ହଜିବା ସହ ଆରମ୍ଭ ହୋଇଥାଏ।

ଆସନ୍ତୁ ଜାଣିବା ସେହି ଉପାୟ ଯେଉଁଥିରେ କମ୍ ବୟସରେ ଆପଣଙ୍କ ପିଲା ବହି ପ୍ରତି ଉତ୍ସାହୀ ହେବେ-

ନିଜେ ଏକ ଉଦାହରଣ ହୁଅ -

ମନେରଖନ୍ତୁ ଯେ, ପିଲାମାନେ ପ୍ରାୟତଃ ସେମାନଙ୍କୁ ଯାହା କୁହାଯାଏ ତାହା କରନ୍ତି ନାହିଁ। ସେମାନେ ସର୍ବଦା ସେହି ଜିନିଷ ଦୋହରାନ୍ତି ,ଯାହା ଆମେ କରିବାର ଦେଖନ୍ତି। ଯଦି ଆପଣ ଆପଣଙ୍କର ଖାଲି ସମୟ ଆପଣଙ୍କ ଫୋନରେ ସ୍କ୍ରୋଲ କରିବାରେ ବିତାନ୍ତି, ତ ପିଲା ବି ସେୟା ଶିଖିବେ। ଦିନରେ ଆପଣ ଅତି କମରେ ଅଧ ଘଣ୍ଟା କୌଣସି ବହି କିମ୍ୱା ଖବର କାଗଜ ପଢନ୍ତୁ। ଯେତେବେଳେ ସେମାନେ ଆପଣଙ୍କୁ ପଢ଼ୁ ଥିବାର ଦେଖନ୍ତି, ସେମାନଙ୍କ ମଧ୍ୟରେ ପଢ଼ିବା ପାଇଁ ଏକ ସ୍ୱାଭାବିକ ଇଚ୍ଛା ସୃଷ୍ଟି ହେବ।

ସେମାନଙ୍କ ପସନ୍ଦକୁ ମଧ୍ୟ ସମ୍ମାନ ଦିଅ -

ଅଧିକାଂଶ ପିତାମାତା ସେମାନଙ୍କ ପିଲାଙ୍କ ପାଇଁ କାହାଣୀ-କାର୍ଟୁନ ଭଳି ପୁସ୍ତକ କିଣିବା ପାଇଁ ମଧ୍ୟ ନିଜ ପସନ୍ଦକୁ ସାମିଲ କରିବାକୁ ଚେଷ୍ଟା କରନ୍ତି । ସେମାନେ ଚାହାଁନ୍ତି ଯେ ସେମାନଙ୍କ ପିଲାମାନେ କେବଳ ଜ୍ଞାନଯୁକ୍ତ କିମ୍ୱା ସ୍କୁଲ ସହ ଜଡ଼ିତ ଜିନିଷ ହିଁ ପଢନ୍ତୁ। କିନ୍ତୁ ଆରମ୍ଭରେ ତାଙ୍କୁ ସେମାନଙ୍କପ ପସନ୍ଦ ବାଛିବାକୁ ଦିଅନ୍ତୁ- ତାହା କମିକ୍ସ ହେଉ , ଡାଇନାସୋରର କାହାଣୀ ହେଉ କି ପରୀଙ୍କ କଥା ହେଉ। ଥରେ ତାଙ୍କୁ ତାହା ପଢିବାରେ ମଜା ଆସିଲେ ସେ ଧିରେ ଧିରେ ଗମ୍ଭୀର ବିଷୟକୁ ମଧ୍ୟ ଉତ୍ସାହର ସହ ପଢିବେ।

ପିକଚର୍ ବୁକ୍ସରୁ କରନ୍ତୁ ଆରମ୍ଭ – ଛୋଟ ପିଲାଙ୍କ ପାଇଁ ଶବ୍ଦ ବୋଝ ଭଳି ହୋଇପାରେ , କିନ୍ତୁ ଚିତ୍ରଗୁଡ଼ିକ ସେମାନଙ୍କୁ ଆକର୍ଷିତ କରିଥାଏ। ଆରମ୍ଭ ଏମିତି ବହିରୁ କରନ୍ତୁ ,ଯେଉଁଥିରେ ବଡ଼, ଓ ରଙ୍ଗୀନ ଚିତ୍ର ରହିଥିବ । ଚିତ୍ରଗୁଡ଼ିକୁ ଦେଥି ପିଲାମାନେ ନିଜେ ନିଜର କାହାଣୀ ସୃଷ୍ଟି କରି ପାରିବେ, ଯାହା ସେମାନଙ୍କର କଳ୍ପନା ଶକ୍ତିକୁ ବୃଦ୍ଧି କରିବ ଏବଂ ପୁସ୍ତକ ପ୍ରତି ଭଲପାଇବା ବଢିବ।

ନିୟମ ନୁହେଁ, ଆଚରଣ ସୃଷ୍ଟି କର -

ପାଠପଢ଼ାକୁ କେବେବି ହୋମୱାର୍କ ପରି ଦେଖାଅ ନାହିଁ। ରାତିରେ ଶୋଇବା ପୂର୍ବରୁ ୧୫ ମିନିଟ୍ "ବେଡ୍ଟାଇମ୍ ଷ୍ଟୋରିଜ୍"ର ଏକ ଅଭ୍ୟାସ କରନ୍ତୁ। ଯେତେବେଳେ ଆପଣ ଚରିତ୍ର ଗୁଡ଼ିକର ସ୍ୱରକୁ ଅନୁକରଣ କରି କିମ୍ବା ମୁହଁର ଭାବ ବ୍ୟବହାର କରି କାହାଣୀ କୁହନ୍ତି, ସେତେବେଳେ ଆପଣଙ୍କ ପିଲା କାହାଣୀ ସହ ଜଡ଼ିତ ରହିବା ଆରମ୍ଭ କରିବ। ଏହି ସମୟ ଆପଣଙ୍କ ପିଲା ସହିତ ଆପଣଙ୍କ ସମ୍ପର୍କ ମଜବୁତ ହେବ।

ଲାଇବ୍ରେରୀ ଓ ବୁକ୍ ଫେୟାର ସାଥିରେ ନିଅନ୍ତୁ –

ମାସରେ ଥରେ ପିଲାଙ୍କୁ କୌଣସି ଭଲ ଲାଇବ୍ରେରୀ କିମ୍ୱା ବୁକ୍ଷ୍ଟୋର କି ବୁକ୍ ଫେୟାର ନେଇ ଯାଆନ୍ତୁ। ସେଠାରେ ତାଙ୍କୁ ବହି ର ଆଲମିରା ମଧ୍ୟ ବୁଲାଇ ନିଜ ପସନ୍ଦର କୌଣସି ବି ଏକ ବହି ନିଜେ ବାହାର କରିବାକୁ କୁହନ୍ତୁ। ଯେବେ ପିଲା ନିଜେ ପସନ୍ଦର ବହି ବାଛିବ , ତ ତାର ପଢିବାର ଅଗ୍ରହ ଓ ଉତ୍ସାହ ପଢି ଯିବ।