PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆମ ବ୍ଲାକ୍‌ହୋଲ୍‌ ଚାରିପଟେ ଘୂରିଛି ଉତ୍ତପ୍ତ ଗ୍ୟାସ୍‌ ଗୋଲା

ନୂଆଦିଲ୍ଲୀ ୨୫/୦୯: ନକ୍ଷତ୍ରବିଜ୍ଞାନୀମାନେ ଗ୍ୟାସ୍‌ର ଏକ ଉତ୍ତପ୍ତ ଗୋଲା ଚିହ୍ନଟ କରିଛନ୍ତି, ଯାହା ଆମ ଆକାଶଗଙ୍ଗା ମିଲ୍‌କି ୱେରେ ଥିବା ବିଶାଳ ବ୍ଲାକ୍‌ହୋଲ୍‌ ସାଗିଟାରିୟସ୍‌-ଏ ଚତୁପାଶ୍ୱର୍ରେ ଘୂରୁଛି । ଘଣ୍ଟା ପ୍ରତି ୨୦୦ ନିୟୁତ ମାଇଲ ବେଗରେ ଏହା ବ୍ଲାକ୍‌ହୋଲ ଚତୁପାଶ୍ୱର୍ରେ ଗତି କରୁଛି । ଆଲୋକର ହାରାହାରି ଏକ ତୃତୀୟାଂଶ ବେଗରେ ବୁଧ ଗ୍ରହର ଆକାର ସହ ସମାନ କକ୍ଷରେ ଏହା ପରିକ୍ରମା କରୁଛି । ମାତ୍ର ୭୦ ମିନିଟ୍‌ରେ ଏହା ବ୍ଲାକ୍‌ହୋଲ୍‌ର ପୂର୍ଣ୍ଣ ପରିକ୍ରମା କରୁଛି ।

ଗବେଷଣାର ମୁଖ୍ୟ ଲେଖକ ଜର୍ମାନୀର ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ରେଡିଓ ଆଷ୍ଟ୍ରୋନୋମିର ମାକିକ୍‌ ୱିଲ୍‌ଗସ କହିଛନ୍ତି, ଆମ ଆକାଶଗଙ୍ଗା କେନ୍ଦ୍ରର ବିଶାଳ ଶୂନ୍ୟର ଚମତ୍କାର ଓ ଗତିଶୀଳ ପରିବେଶକୁ ଭଲଭାବେ ବୁଝିବା ପାଇଁ ଏହି ଆବିଷ୍କାର ସାହାଯ୍ୟ କରିବ । ଆଟାକାମା ଲାର୍ଜ ମିଲିମିଟର/ସବ୍‌ମିଲିମିଟର ଆରେ ନାମକ ରେଡିଓ ଟେଲିସ୍କୋପ୍‌ ମାଧ୍ୟମରେ ନକ୍ଷତ୍ରବିଜ୍ଞାନୀମାନେ ଏହି ଉତ୍ତପ୍ତ ଗୋଲା ଚିହ୍ନଟ କରିଛନ୍ତି । ଆକାଶଗଙ୍ଗାଗୁଡ଼ିକର କେନ୍ଦ୍ରର ଘନ କ୍ଷେତ୍ରରେ ବିଶାଳ ବ୍ଲାକ୍‌ହୋଲ୍‌ ଥାନ୍ତି । ମାଧ୍ୟାକର୍ଷଣ ଶକ୍ତିର ଠୋସ୍‌ ସ୍ରୋତ ରୂପେ ଏମାନେ କାର୍ଯ୍ୟ କରନ୍ତି । ସେଥିପାଇଁ ଏମାନେ ଧୂଳି ଓ ଗ୍ୟାସ୍‌ ଦ୍ୱାରା ଆବୃତ୍ତ ରହିଥାନ୍ତି ।

ସୂଚନାଯୋଗ୍ୟ, ପୃଥିବୀଠାରୁ ୨୬ ହଜାର ଆଲୋକ ବର୍ଷ ଦୂରରେ ସାଗିଟାରିୟସ୍‌-ଏ ବ୍ଲାକ୍‌ହୋଲ୍‌ ଚିହ୍ନଟ ହୋଇଥିଲା ।

ସମ୍ବନ୍ଧିତ ଖବର