ଭର୍ଜିନିଆର ସରକାରୀ ବିଲ୍ଡିଂରେ ଗୁଳିକାଣ୍ଡ,୧୨ ମୃତ

ଭର୍ଜିନିଆ,୧।୬: ଆମେରିକାର ଭର୍ଜିନିଆରେ ଏକ ସରକାରୀ ଅଟ୍ଟାଳିକାରେ ସାମୁହିକ ଗୁଳିକାଣ୍ଡରେ ରେ ଜଣେ ବନ୍ଧୁକଧାରୀ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି।ଏହି ଘଟଣାଟି ଶୁକ୍ରବାର ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୪ଟା ବେଳେ ହୋଇଥିଲା।ଭର୍ଜିନିଆରେ ଥିବା ଏକ ନଗରପାଳିକା ଅଟ୍ଟାଳିକା ଭିତରେ ପଶି ବନ୍ଧୁକଧାରୀ ଜଣକ ଆଖିବୁଜା ଗୁଳିଚାଳନା କରିଥିଲା।ବନ୍ଧୁକଧାରୀଙ୍କ ପରିଚୟ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ସେ ପୋଲିସ ଗୁଳିରେ ନିହତ ହୋଇଛି ବୋଲା ଜଣାପଡିଛି। ଆହତମାନଙ୍କ ମଧ୍ୟରେ ଜଣେ ପୁଲିସ୍ ଅଧିକାରୀ ଅଛନ୍ତି।