ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡୋମିନିକନ୍ ରିପବ୍ଲିକରେ ଅଘଟଣ, ନାଇଟ୍ କ୍ଲବର ଛାତ ଭୁଶୁଡ଼ି ୧୮ ମୃତ, ୧୨୦ ଆହତ…

Published By : Ladu Kishor | April 8, 2025 8:28 PM

ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରୁ ଏକ ବଡ଼ ଦୁଃଖଦ ଖବର ଏବେ ଆସିଛି । ଆଜି (ମଙ୍ଗଳବାର) ସକାଳେ ଏଠାରେ ଏକ ନାଇଟ୍ କ୍ଲବର ଛାତ ଭୁଶୁଡ଼ି ପଡ଼ିବା କାରଣରୁ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଏହି ଘଟଣାରେ ଅଧିକାରୀ ମାନେ କହିଛନ୍ତି ଯେ, ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜା ଚାଲିଛି। ସୂଚନା ମୁତାବକ ଏହି ଘଟଣାରେ ଆହତ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ମେରେଙ୍ଗ୍ୟୁ ଗାୟିକା ରୁବି ପେରେଜ୍ ମଧ୍ୟ ଅଛନ୍ତି, ଯିଏ ଘଟଣା ସମୟରେ ନାଇଟ୍ କ୍ଲବରେ ପ୍ରଦର୍ଶନ କରୁଥିଲେ।

ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ,ଜରୁରୀକାଳୀନ ଅପରେସନ୍ସ ସେଣ୍ଟରର ନିର୍ଦ୍ଦେଶକ ଜୁଆନ ମାନୁଏଲ ମେଣ୍ଡେଜ୍ କହିଛନ୍ତି ଯେ, ଅଧିକାରୀ ମାନେ ବିଶ୍ୱାସ କରନ୍ତି ଯେ, କିଛି ଲୋକ ଭଗ୍ନାବଶେଷ ତଳେ ଜୀବିତ ଥାଇପାରନ୍ତି, ତେଣୁ ଉଦ୍ଧାରକାରୀ ମାନେ କାର୍ଯ୍ୟ ଜାରି ରଖିଛନ୍ତି। ଲୋକମାନଙ୍କୁ ବାହାର କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି।

ଘଟଣାକୁ ନେଇ ରାଷ୍ଟ୍ରପତି ଲୁଇସ୍ ଆବିନାଡର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସମସ୍ତ ଉଦ୍ଧାରକାରୀ ସଂସ୍ଥା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ରାଷ୍ଟ୍ରପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ପରିବାରକୁ ଭେଟିଥିଲେ।

ଏହି ଘଟଣା ପରେ, ଆଖପାଖ ଅଞ୍ଚଳରେ ଦଳାଚକଟା ପରିସ୍ଥିତି ହୋଇଛି । ଲୋକମାନେ ସେମାନଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ଖୋଜୁଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଛି । ତେବେ ଛାତ ଭୁଶୁଡ଼ିବାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.