PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସଚିନ ତେନ୍ଦୁଲକର ଓ ସାହିଦ ଅଫରିଦିଙ୍କ ରେକର୍ଡ ଭାଙ୍ଗିଲେ ନେପାଳର ଏହି ୧୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍

source:www.jagran.com

ନୁଆଦିଲ୍ଲୀ ୨୭/୧: କ୍ରିକେଟରେ ଲଗାତାର ନୂଆ-ନୂଆ ରେକର୍ଡ ହୋଇଥାଏ ଓ ଭାଙ୍ଗିଥାଏ । ନିକଟରେ ଆନ୍ତର୍ଜାତୀୟ କ୍ରିକେଟରେ ନେପାଳର ଜଣେ ବ୍ୟାଟ୍ସମ୍ୟାନ୍ ଏକ ନୂଆ ରେକର୍ଡ  କରିଛନ୍ତି ଯାହା ପୂର୍ବରୁ କେବଳ ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଓ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫରିଦି ରଚିଥିଲେ । ଏହି କମାଲ୍ କରି ଦେଖାଇଛନ୍ତି ନେପାଳ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ରୋହିତ ପୋଡେଲ । ରୋହିତ ଆନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ଲଗାଇଥିବା ବିଶ୍ୱର ସବୁଠାରୁ ଯୁବ ବ୍ୟାଟ୍ସମ୍ୟାନ୍ ବନିସାରିଛନ୍ତି ।

ରୋହିତ ନେପାଳ ତରଫରୁ ଦୁବାଇରେ ଯୁକ୍ତ ଅରବ ଅମିରାତ ବିରୁଦ୍ଧରେ ଖେଳି ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅର୍ଦ୍ଧଶତକ କରିଛନ୍ତି । ସେ ୫୮ ବଲର ସାମ୍ନା କରି ୭ଟି ଚୌକା ସାହାଯ୍ୟରେ ୫୫ ରନ୍ କରିଛନ୍ତି । ରୋହିତ ଏହି କମାଲ କରି ଦେଖାଇଛନ୍ତି ମାତ୍ର ୧୬ ବର୍ଷ ୧୪୬ ଦିନ ବୟସରେ ଏବଂ ୱାନଡେ କ୍ରିକେଟରେ ଅର୍ଦ୍ଧଶତକ ଲଗାଇଥିବା ବିଶ୍ୱର ସବୁଠାରୁ କମ୍ ବୟସର ଖେଳାଳୀ ପାଲଟି ସାରିଛନ୍ତି । ଏହା ପୂର୍ବରୁ ଦିନିକିଆ କ୍ରିକେଟରେ ୨୩ ବର୍ଷୀୟ ଅଫରିଦି ଏହି ରେକର୍ଡ କରିଥିଲେ କିନ୍ତୁ ତାଙ୍କର ଏହି ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ । ଅଫରିଦି ୧୬ ବର୍ଷ ୨୧୭ଦିନ ବୟସରେ ଏହି ସ୍କୋର୍ କରିଥିଲେ । ଅନ୍ୟପଟେ ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ବୟସରେ ଅର୍ଦ୍ଧଶତକ କରିଥିବା ତେନ୍ଦୁଲକରଙ୍କ ନାଁରେ ଏହି ରେକର୍ଡ ଥିଲା ଯିଏ ୧୬ ବର୍ଷ ୨୧୩ ଦିନ ବୟସରେ ପାକିସ୍ତାନ ବିରୁଦ୍ଧରେ ଏହି ରେକର୍ଡ କରିଥିଲେ । ଏବେ ରୋହିତ ଆନ୍ତର୍ଜାତୀୟ କ୍ରିକେଟରେ(ଟେଷ୍ଟ, ୱାନଡେ, ଟି୨୦) ସବୁଠାରୁ କମ୍ ବୟସରେ ଶତକ ଲଗାଇଥିବା ଖେଳାଳୀ ପାଲଟସାରିଛନ୍ତି ।

ରୋହିତ ଅତ୍ୟନ୍ତ ଟ୍ୟାଲେଣ୍ଟେଡ୍ ଏବଂ ତାଙ୍କୁ ନେପାଳର ଭବିଷ୍ୟତ ତଥା ଷ୍ଟାର ଖେଳାଳୀ ବୋଲି କୁହାଯାଉଛି । ୨୦୧୬ରେ ସେ ଅଣ୍ଡର-୧୯ ୱାନଡେ ମ୍ୟାଚରେ ଭାରତୀୟ ଟିମର ଯୁବ ବୋଲର କମଲେଶ୍ ନାଗରକୋଟିଙ୍କ ୫ ବଲରେ ୨୪ ରନ୍ କରି ଚର୍ଚ୍ଚାରେ ରହିଥିଲେ ।

ସମ୍ବନ୍ଧିତ ଖବର