PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ
  • ||
  • ସମ୍ଵଲପୁର : ମୌର୍ଯ୍ୟ ରେସିଡେନ୍ସରୁ ଚୋରି ଅଭିଯୋଗ, ସିସିଟିଭି ତାଡ଼ି ନେଇଗଲେ ଲୁଟେରା
  • ||
  • ଭୁବନ : ଚୋରା କୋଇଲା ବୋଝେଇ ୪୦୭ ଜବତ, ଡ୍ରାଇଭର୍ ଓ ହେଲପର ଗିରଫ
  • ||
  • କେନ୍ଦୁଝର : କେନ୍ଦୁଝର ରାଜ ଉଆସରୁ ୨ଟି ବିରାଟକାୟ ଅଜଗର ସାପ ଉଦ୍ଧାର
  • ||

ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଅଟଳ ପେନ୍‌ସନ୍‌ ଯୋଜନା ପୁରସ୍କାର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବ ମହାପାତ୍ରଙ୍କୁ ଆର୍ଥିକ ସେବା ବିଭାଗ, ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀର ସମ୍ପାଦକ ରାଜୀବ କୁମାର ଅଟଳ ପେନ୍‌ସନ୍‌ ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପେନ୍‌ସନ୍‌ ଫଣ୍ଡ ରେଗୁଲେଟାରୀ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ) ଦ୍ୱାରା ନୂଆଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଜାକରନ୍ଦା ହଲ୍‌ଠାରେ ଆୟୋଜିତ ହୋଇଯାଇଛି । ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ତଥା ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଯୋଜନାର ପ୍ରୋତ୍ସାହନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର