PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ହାତୀକୁ ଦେଖି ଦୌଡୁଥିବା ବେଳେ ଯୁବକଙ୍କ ମୃତ୍ୟୁ, ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ଆଠମଲ୍ଲିକ, ୨୧/୧୧ : ହାତୀ ଭୟରେ ଦୌଡ଼ୁଥିବା ବେଳେ ଯୁବକଙ୍କ ମୃତ୍ୟୁ। ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପୁରୁଣା ମାଣତ୍ରୀ ଗ୍ରାମପଞ୍ଚାୟତ ରାଜିଙ୍ଗ ଗ୍ରାମରେ ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁଯାୟୀ, ମାଣତ୍ରୀ ଗ୍ରାମପଞ୍ଚାୟତ ରାଜିଙ୍ଗ ଗ୍ରାମର ରମେଶ ସାହୁ ଧାନ ବିଲରେ ବାପାଙ୍କ ସହିତ ଜଗିଥିବା ବେଳେ ଏକ ଦନ୍ତା ହାତୀକୁ ଦେଖି ଦୌଡି ପଳାଉଥିଲେ। ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ଆଠମଲ୍ଲିକ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଗ୍ରାମବାସୀ ଶବ ରଖି ପୁରୁଣା ମାଣତ୍ରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଏହା ସହ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦାବି କରିଛନ୍ତି। ଖବର ପାଇ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଯଶୋବନ୍ତ ଦେହୁରି, ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ, ଆଇ. ଆଇ.ସି ନିରୋଦ ଦାସ, ଏ.ସି.ଏଫ ଗୌରୀଶଙ୍କର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।