ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPL 2025 ମଧ୍ୟରେ କେଏଲ୍‌ ରାହୁଲଙ୍କ ଘରେ ଶୁଭିଲା କୁଆଁ କୁଆଁ ଶବ୍ଦ , କୁନି ପରୀକୁ ଜନ୍ମ ଦେଲେ ପତ୍ନୀ ଆଥିୟା

Published By : Prameya | March 24, 2025 9:45 PM

ନୂଆଦିଲ୍ଲୀ : ଭାରତର ୱିକେଟକିପର-ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି। ଆଇପିଏଲ ୨୦୨୫ର ମଧ୍ୟରେ ରାହୁଲଙ୍କ ଘରେ କୁଆଁ କୁଆଁ ଗୁଞ୍ଜରିତ ହୋଇଛି। ସୋମବାର ରାହୁଲଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଆଥିୟା ମଧ୍ୟ କନ୍ୟା ସନ୍ତାନର ଜନ୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି। 


ରାହୁଲ ବର୍ତ୍ତମାନ ବିଶାଖାପାଟ୍ଟନମରେ ଆଇପିଏଲର ୧୮ତମ ସିଜନ ପାଇଁ ଦିଲ୍ଲୀ କ୍ୟାପିଟଲ୍ସ (ଡିସି) ସହ ଯୋଡ଼ି ହୋଇଛନ୍ତି , କିନ୍ତୁ ରବିବାର ରାତିରେ ହଠାତ୍‌ ମୁମ୍ୱାଇ ଫେରି ଆସିଥିଲେ। ରାହୁଲ ଓ ଆଥିୟା ମୁମ୍ୱାଇରେ ରହୁଛନ୍ତି। ଆଥିୟା ଅଭିନେତା ସୁନୀଲ ଶେଟ୍ଟୀଙ୍କର ଝିଅ। 

ଉଲ୍ଲେଖନୀୟ ଯେ, ରାହୁଲ ଓ ଆଥିୟା ପାଖାପାଖି ୩ବର୍ଷ ଯାଏ ପରସ୍ପରକୁ ଡେଟ୍‌ କରିବା ପରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ଉଭୟ ବିବାହ ପରେ ବର୍ଷକ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି। ରାହୁଲ ଓ ଆଥିୟା ଶେଟ୍ଟୀ ନଭେମ୍ୱର ୨୦୨୪ରେ ଗୁଡ୍‌ ନ୍ୟୁଜ୍‌ର ସୂଚନା ଦେଇ ଥିଲେ। 

ଏବେ ଦୁହିଁଙ୍କ ଘରେ ଖୁସିର ମାହୋଲ ଆସିବା ପରେ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ୟୁଜର କମେଣ୍ଟ କରିଛନ୍ତି , କେଏଲ ରାହୁଲ ଭାଇ ଓ ଆଥିୟା ଶେଟ୍ଟୀ ଭାଉଜ, ଆପଣ ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଉ ଜଣେ କହିଛନ୍ତି , ଶୁଭେଚ୍ଛା । ଆପଣଙ୍କୁ ଦେବୀଙ୍କର ବରଦାନ ମିଳିଛି। ନିଜ ପରିବାର ସହ ବିତାନ୍ତୁ , ଏହି ସୁନ୍ଦର ମୁହୂର୍ତ୍ତ। ଆମେ ଏବେ ଆପଣଙ୍କୁ ମୈଦାନକୁ ଫେରିବାର ପ୍ରତୀକ୍ଷା କରିବୁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.