PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଖୁବଶୀଘ୍ର ବିବାହ କରିବେ କେଏଲ ରାହୁଲ-ଆଥିଆ, ସୁନୀଲ ଶେଟ୍ଟୀ କଲେ କନଫର୍ମ

ନୂଆଦିଲ୍ଲୀ ୨୦/୧୧: ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ ଭାରତୀୟ କ୍ରିକେଟ୍ ଟିମ୍‌ର ତାରକା କେଏଲ୍ ରାହୁଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ପ୍ରାୟତଃ ସୋସିଆଲ ମିଡିଆରେ ଉଭୟଙ୍କ ଆଲୋଚନା ହେଉଛି। ଏହି ଦୁଇଜଣଙ୍କର ବିବାହକୁ ନେଇ ପ୍ରତ୍ୟେକ ଦିନ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁନୀଲ ଶେଟ୍ଟୀ ନିଜେ ଝିଅ ଆଥିଆ ଶେଟ୍ଟୀଙ୍କ ବିବାହକୁ ନିଶ୍ଚିତ କରିଛନ୍ତି।

ଖବର ଅନୁଯାୟୀ, ସୁନୀଲ ଶେଟ୍ଟୀ ନିକଟରେ ପ୍ରକାଶିତ ୱେବ୍ ଶୋ’ ଧାରାବୀ ବ୍ୟାଙ୍କ’ର ଲଞ୍ଚ୍ ଇଭେଣ୍ଟରେ ପାପାରାଜିଙ୍କ ସହ ବାର୍ତ୍ତାଳାପ ସମୟରେ ଏହା ନିଶ୍ଚିତ କରିଛନ୍ତି। ଯେତେବେଳେ ପାପାରାଜି ସୁନୀଲଙ୍କୁ ପଚାରିଛନ୍ତି, ଆଥିଆ କେବେ ବିବାହ କରିବେ। କାରଣ ରାହୁଲଙ୍କ ବିଶ୍ୱକପ କାର୍ଯ୍ୟସୂଚୀ ସମାପ୍ତ ହୋଇଯାଇଛି। ସୁନୀଲ ଉତ୍ତର ଦେଇ କହିଛନ୍ତି, ‘ଖୁବଶୀଘ୍ର’ ହେବ।

ପୂର୍ବରୁ ଅଭିନେତାଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା, ତାହାର ଉତ୍ତରରେ ସେ କହିଥିଲେ, ବିବାହ ପିଲାମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ସେତେବେଳେ ସୁନୀଲ କେଏଲ୍ ରାହୁଲଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦର୍ଶାଇ କହିଥିଲେ, ‘ଏସିଆ କପ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଯିବ। ତା’ପରେ ସାଉଥ୍ ଆଫ୍ରିକା ଯିବ। ଗୋଟିଏ ଦିନର ବିଶ୍ରାମ ପାଇବା ପରେ ସେମାନେ ବିବାହ କରିପାରିବେ ନାହିଁ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଆଥିଆଙ୍କୁ ଶେଷ ଥର ପାଇଁ ୨୦୧୯ ଫିଲ୍ମ ‘ମୋତିଚୁର ଚକନାଚୁର’ରେ ଦେଖିବାକୁ ମିଳିଥିଲା ​। ଆଥିଆ ୨୦୧୫ ଫିଲ୍ମ ‘ହିରୋ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ମୁବାରକନ୍’ ଏବଂ ‘ନବାବଜାଦେ’ରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।