PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ପଣ୍ଡ, ପିସିଆର୍ ଦେଖି ଫେରାର୍ ହୋଇଗଲେ ଦୁର୍ବୃତ୍ତ

ଭୁବନେଶ୍ଵର, ୧୮/୧୧ : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ପଣ୍ଡ। ଗୁରୁବାର ବିଳମ୍ଵିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିବା ବେଳେ ପୋଲିସ ପହଞ୍ଚି ଯାଇଥିଲା। ଫଳରେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ।

ସୂଚନାନୁଯାୟୀ, ଗୁରୁବାର ବିଳମ୍ଵିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମ୍‌ରେ ପଶି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରୁଥିଲେ। ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ର ତଳ ଭାଗକୁ ବାଡେଇ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେଠାରେ ଲାଗିଥିବା ସିକ୍ୟୁରିଟି ଆଲାରାମ୍ ସିଷ୍ଟମ ମାଧ୍ୟମରେ କଣ୍ଟ୍ରୋଲରୁମକୁ ଏକ ମେସେଜ ଯାଇଥିଲା। କଣ୍ଟ୍ରୋଲରୁମରୁ ସେମାନେ ବାଲିଅନ୍ତା ଥାନାକୁ ଯୋଗାଯୋଗ କରିଥିଲେ। ଏହା ପରେ କନଷ୍ଟେବଡ଼ ସବିତ କୁମାର ଭୋଳଙ୍କ ତତ୍ତ୍ଵାବଧାନରେ ପିସିଆର-୬ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଫଳରେ ଏକ ବଡ଼ ଧରଣର ଲୁଟ୍ ଅଳ୍ପକେ ବର୍ତ୍ତି ଯାଇଛି। ବାଲିଅନ୍ତା ଥାନା ଇନ୍ସପେକଟର ଓ ଅନ୍ୟାନ୍ୟ ଅଧିକାରୀ ସହିତ ପିଓପିଡି ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଏଟିଏମ ଭିତରେ ଲାଗିଥିବା ସିସିଟିଭି ଏବଂ ଏହାର ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ୍ କରି ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।