PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଏଟିଏସ୍‌ର କାର୍ଯ୍ୟାନୁଷ୍ଠାନ : ଦୁଇ ଆତଙ୍କବାଦୀ ଗିରଫ , ନୂପୁର ଶର୍ମାଙ୍କୁ ମାରିବାକୁ କରୁଥିଲେ ଯୋଜନା

ଲକ୍ଷ୍ନୌ : ସ୍ୱାଧିନତା ଦିବସ ପୂର୍ବରୁ ୟୁପି ଏଟିଏସ୍‌କୁ ବଡ଼ ସଫଳତା ମିଳିଛି। ଏଟିଏସ୍‌ ସହାରନପୁରରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଟିଏସକୁ ସୂଚନା ମିଳିଥିଲା କି , ଧରା ପଡ଼ିଥିବା ଆତଙ୍କୀ ସ୍ୱାଧିନତା ଦିବସରେ ବଡ଼ ହମଲା କରିବାର ଯୋଜନା କରୁଥିଲେ। ଆତଙ୍କୀଙ୍କ ମଧ୍ୟରେ ଜଣକର ନାଁ ମହମ୍ମଦ ନଦିମ୍‌ । ଯିଏକି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ -ହମ୍ମଦ ଓ ତହରିଖ –ଏ –ତାଲିବାନ ସହ ସିଧା ସଂପର୍କରେ ଥିଲେ। ତାଙ୍କୁ ନୂପର ଶର୍ମାକୁ ହତ୍ୟା କରିବା କାମ ଦିଆ ଯାଇଥିଲା , ହେଲେ ଟାସ୍କ ପୂରା ହେବା ପୂର୍ବରୁ ଆତଙ୍କୀ ଧରା ପଡ଼ି ଯାଇଥିଲେ ।  

ସହାରନପୁର ଜିଲ୍ଲାର ଗଙ୍ଗୋହ ଥାନା ଅଞ୍ଚଳ ସ୍ଥିତ କୁଣ୍ଡା କଲା ଗାଁରେ ରହୁଥିବା ନଦିମ୍‌ ପାଖରୁ ଏକ ମୋବାଇଲ , ୨ଟି ସିମ୍‌ ତଥା ପ୍ରଶିକ୍ଷଣ ପୁସ୍ତକ ଜବତ ହୋଇଛି । ଜବତ ପୁସ୍ତକରେ ବିଭିନ୍ନ ପ୍ରକାରର ଆଇଇଡି ଏବଂ ବୋମା ତିଆରିର କୌଶଳ ତଥା ଫିଡାୟିନ୍‌ ହମଲାରେ ସମ୍ୱନ୍ଧିତ ପ୍ରଶିକ୍ଷଣ କୋର୍ସର ସାମଗ୍ରୀ ସାମିଲ ଅଛି । ପଚରାପଚରିରୁ ଜଣା ପଡ଼ିଛି କି ନଦିମ୍‌ ଜେମ୍‌ ଓ ଟିଟିପିର ଆତଙ୍କବାଦୀଙ୍କ ସହ ସିଧା ସଂପର୍କରେ ଥିଲେ ଏବଂ ଫିଡାୟିନ ହମଲାର ପ୍ରସ୍ତୁତ କରୁଥିଲେ ।

ଏଟିଏସ୍‌ ସେମାନଙ୍କ ବିରୋଧରେ ଲକ୍ଷ୍ନୌ ଥାନାରେ ଆଇପିସି ଧାରା ୧୨୧ ଏ ଓ ୧୨୩ ତଥା ବେଆଇନ କାର୍ଯ୍ୟକଳାପ( ନିବାରଣ ) ଅଧିନିୟମର ଧାରାର ୧୩, ୧୮ ଓ ୩୮ ଅନୁସାରେ ମୋକଦମା ରୁଜୁ କରିଛି ।  

ସମ୍ବନ୍ଧିତ ଖବର