ଦେବଗଡ଼, ୨୮/୦୫ : ଅଘୋଷିତ ବିଦ୍ୟୁତ କାଟ୍ କୁ ନେଇ ଉତ୍ତେଜନା। ବିଦ୍ୟୁତ୍ ଲାଇନ୍ ଠିକ୍ କରିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଲେ ଗ୍ରାମବାସୀ। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଦୁଧିଆନାଳୀ ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ କଂସର ଫାଣ୍ଡି ପୁଲିସ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

କାଳବୈଶାଖୀ ଯୋଗୁଁ ତିଲେଇବଣୀ ବ୍ଲକ ଦୁଧିଆନାଳୀ ଗାଁରେ ୪ଦିନ ହେଲା ଲାଇନ୍ ନାହିଁ। ବାରମ୍ଵାର ଅଭିଯୋଗ ପରେ ଆଜି ଦୁଧିଆନାଳୀ ଗାଁକୁ ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି ପାଇଁ ତିନି ଜଣ କର୍ମଚାରୀ ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଥିଲେ। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଯୋଗୁଁ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଖବର ପାଇ କଂସର ଫାଣ୍ଡି ପୁଲିସ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବିଦ୍ୟୁତ କର୍ମଚାରୀଙ୍କୁ ମୁକ୍ତ କରିଥିଲେ ଉତ୍ୟକ୍ତ ଲୋକ।

ଆହୁରି ପଢନ୍ତୁଭଡ଼ା ଘରେ ଗୋଲ୍ଡି ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀ ଗିରଫ