ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଯୁଦ୍ଧ ଭୟଠାରୁ ବଳିଗଲା ପାକିସ୍ତାନରେ ଆଭ୍ୟନ୍ତରୀଣ ସଂଘର୍ଷ, ସରକାରୀ ଅଫିସକୁ ପୋଡିଲେ ବିଦ୍ରୋହୀ

Published By : Harapriya Biswal | May 3, 2025 2:23 PM

ନୂଆଦିଲ୍ଲୀ,୩।୫: ଭାରତରେ ଆତଙ୍କବାଦ ସୃଷ୍ଟି କରିଥିବା ପାକିସ୍ତାନ ଏବେ ଆଭ୍ୟନ୍ତରୀଣ ବିବାଦରେ ଅଣନିଶ୍ବାସୀ।   ସିନ୍ଧ ପ୍ରଦେଶରେ ଜଳବଣ୍ଟନକୁ ନେଇ ସୃଷ୍ଟି ହୋଇଛି ହାହାକାର । ସ୍ଥାନୀୟ ଲୋକେ ହାଇଓ୍ବେ ଜାମ୍ କରିଛନ୍ତି। ଏହା ଭିତରେ ବେଲୁଚିସ୍ତାନର କଲାତରେ ଜାରି ରହିଛି ଆକ୍ରମଣ। ସେଠାରେ କ୍ବେଟା କରାଚୀ ହାଇଓ୍ବେକୁ  ବନ୍ଧୁକଧାରୀମାନେ ଜାମ୍ କରିଦେଇଥିଲେ। ଏପରିକି ବାହନ ଗୁଡିକରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। 

ଚରମ ସୀମାରେ ପହଁଞ୍ଚିଲା ପାକିସ୍ତାନରେ ଅନ୍ତରୀଣ ବିବାଦ। କଲାତ ଜିଲ୍ଲାର ମୋଙ୍ଗଚାର ଅଞ୍ଚଳରେ ବିଦ୍ରୋହୀଙ୍କ ଲଙ୍କାକାଣ୍ଡ। ବହୁ ସରକାରୀ ଅଫିସରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ। ଏହା ମଧ୍ୟରେ ନ୍ୟାସନାଲ ବ୍ୟାଙ୍କ ଅଫ୍ ପାକିସ୍ତାନର ଅଫିସ, ସ୍ଥାନୀୟ କୋର୍ଟ ସହ ବହୁ ବିଭାଗର କାର୍ଯ୍ୟାଳୟ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ ବହୁ ପରିମାଣରେ ବିଲ୍ଡିଂ କ୍ଷତି ହୋଇଛି। ଏପରିକି ଏହି ଅଞ୍ଚଳରେ ଥିବା ପାକିସ୍ତାନର ଏକ ଆର୍ମି କ୍ୟାମ୍ପ ଉପରେ ମଧ୍ୟ ହମଲା ହୋଇଛି।

ପାକିସ୍ତାନ ନ୍ୟୁଜ ଓ୍ବେବସାଇଟ୍ ‘ଡନ୍’ ଅନୁସାରେ, ବିଦ୍ରୋହୀ ନ୍ୟାସନାଲ ହାଇଓ୍ବେରେ ଥିବା ଗାଡିକୁ ଚେକ୍ କରିଛନ୍ତି। ବହୁ ବସ୍ ଓ କାରରୁ ଲୋକଙ୍କୁ ବାହାର କରି ତାଙ୍କୁ ପଚରା ଉଚରା କରିଛନ୍ତି। ଏହି ସମୟରେ ହାଇଓ୍ବେରେ ଟ୍ରାଫିକ ସେବା ପ୍ରଭାବିତ ଥିଲା। ଏଭଳି ଭାବରେ କରାଚୀରୁ କ୍ବେଟାକୁ ଯୋଡୁଥିବା ହାଇଓ୍ବେକୁ ସମ୍ପୂର୍ଣ୍ଣ ଭାବରେ ବ୍ଲକ କରିଦେଇଥିଲେ ।ଏହା ପଛରେ ବେଲୁଚ ଲିବରେସନ୍ ଆର୍ମିର ହାତ ରହିଛି। ସେମାନେ ପଞ୍ଜାବର ମୂଳ ବାସିନ୍ଦାଙ୍କୁ ଟାର୍ଗେଟ କରିବାକୁ ଚାହାନ୍ତି। ସେଥିପାଇଁ ସେମାନେ ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରିଥିଲେ। ଯଦି ପଞ୍ଜାବ ପ୍ରଦେଶର କେହି ବାହାରିଥାନ୍ତେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଥାନ୍ତା। ଏଭଳି ଭାବରେ ବହୁ ଘଟଣା ଲଗାତାର ଦେଖିବାକୁ ମିଳୁଛି। ଯେଉଁଥିରେ ବେଲୁଚ ଲିବରେସନ୍ ଆର୍ମି ବା ବିଏଲଏ ଲୋକ ପାକିସ୍ତାନର ପଞ୍ଜାବୀ ଲୋକଙ୍କୁ ଟାର୍ଗେଟ କିଲିଂ କରିଥିଲେ।

ସୁତ୍ରର ସୂଚନା ଅନୁସାରେ, ଖୁବ୍ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବହୁ ବିଲ୍ଡିଂକୁ ବିଦ୍ରୋହୀ କବଜା କରିନେଇଛନ୍ତି। ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଁଞ୍ଚିଥିଲେ। କିନ୍ତୁ ଘଟଣାସ୍ଥଳରୁ ଉପଦ୍ରବକାରୀ ଖସି ଯାଇଥିଲେ। କାହାକୁ ବି ପାକିସ୍ତାନ ସୁରକ୍ଷାବଳ ଧରିବାରେ ସକ୍ଷମ ହୋଇନି। କେବଳ ସେତିକି ନୁହେଁ ବହୁତ ସମୟ କଷ୍ଟ କରି ହାଇଓ୍ବେରୁ ଲମ୍ବା ଜାମ୍ ହଟାଇଥିଲା। କେବଳ ସେତିକି ନୁହେଁ ଶୁକ୍ରବାର ରାତିରେ ମୋଟରସାଇକେଳରେ ଆସିଥିବା ଦୁଇ ଜଣ ବ୍ୟକ୍ତି ଏକ ଚେକ୍‌ ପୋଷ୍ଟ ଉପରେ ହମଲା କରିଥିଲେ।  ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କୁ ହତ୍ୟା କରିଥିଲେ। କେବଳ ସେତିକି ନୁହେଁ ରାସ୍ତାରେ ଏକ ବ୍ରିଜ୍‌କୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.