ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

ସିନେମା ହଲ୍‌ରେ ମହିଳାଙ୍କୁ ଅସଦାଚରଣ, ଗୁଣ୍ଡାରାଜ: ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ମହାରାଜା ସିନେମା ହଲ୍‌ରେ ଆତଙ୍କରାଜ । ଫିଲ୍ମ ସୋ’ ଚାଲିଥିବାବେଳେ କିଛି ଅସାମାଜିକ ଯୁବକ ଚଳାଇଥିଲେ ଗୁଣ୍ଡାଗିରି । ହଲ୍‌ ଭିତରେ ମହିଳାମାନଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ କରୁଥିଲେ । କାହାକୁ ପରୱା କରୁନଥିଲେ । ଗାଳିଗୁଲଜ, ହୋହଲ୍ଲାରେ କମ୍ପୁଥିଲା ସିନେମା ହଲ୍‌ । ଏହାର ପ୍ରତିବାଦ କରିଥିଲେ ‘ପ୍ରମେୟ’ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ । ଯାହାର ପରିଣାମ ଥିଲା ଅତି ଭୟାନକ । ହଲ୍‌ ଭିତରେ ସାମ୍ବାଦିକଙ୍କୁ ହେଲା ମରଣାନ୍ତକ ଆକ୍ରମଣ । ଗୋଇଠା, ବିଧା, ମୁଥ, ଚାପୁଡ଼ା ସହ ମାରଣାସ୍ତ୍ରରେ ତାଙ୍କୁ ଲହୁଲୁହାଣ କରିଦେଲେ । ତଣ୍ଟି ଚିପି ମାରିବାକୁ ବି ଚେଷ୍ଟା କଲେ । ୧୫ରୁ ୨୦ ମିନିଟ୍‌ ଧରି ଚାଲିଥିଲା ଏମିତି ଆତଙ୍କ । ପୁଲିସ ପହଞ୍ଚିବାରୁ ବଞ୍ଚିଗଲା ସାମ୍ବାଦିକଙ୍କ ଜୀବନ । ସାଧାରଣତନ୍ତ୍ର ଦିବସରେ ଏଭଳି ଆତଙ୍କରାଜ ରାଜଧାନୀର ଛାତି ଥରାଇ ଦେଇଛି ।
ଏହି ଘଟଣାକୁ ନେଇ ଗତକାଲିଠାରୁ ରାଜ୍ୟ ତମାମ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆକ୍ରମଣକାରୀଙ୍କ ଗିରଫ ଦାବିରେ ସାମ୍ବାଦିକମାନେ ଆଜି ପ୍ରତିବାଦକୁ ଓହ୍ଲାଇଛନ୍ତି । ଚାରିଆଡ଼ୁ ପ୍ରତିବାଦର ସ୍ୱର ଉଠିବା ପରେ ରବିବାର ସନ୍ଧ୍ୟାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୌମ୍ୟ ରଂଜନ, ଅନନ୍ତ ସାମନ୍ତରାୟ ଓ ସୁବ୍ରତ ବିଶ୍ୱାଳ (ଚିକୁ) । ଅନ୍ୟ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।
ପୂରା ଘଟଣାଟି ଥିଲା ଏଭଳି । ଶନିବାର କପିଳେନ୍ଦ୍ର ନିଜର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ମହାରାଜା ହଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଆରମ୍ଭରୁ ହିଁ କେତେକ ଯୁବକ ହଲ୍‌ ଭିତରେ ହୋହଲ୍ଲା, ପାଟିତୁଣ୍ଡ ଚଳାଇଥିଲେ । ସେମାନଙ୍କ ମୁହଁରୁ କେବଳ ଅଶ୍ଳିଳ ଭାଷା ବାହାରୁଥିଲା । ବିଶେଷ କରି ଫିଲ୍ମ ଦେଖୁଥିବା ମହିଳାମାନଙ୍କୁ ଅତି ଅଭଦ୍ର ଭାଷାରେ କମେଣ୍ଟ କରୁଥିଲେ । ଏହି ଯୁବକମାନେ ଏମିତି ଆତଙ୍କ ଚଳାଇଥିଲେ ହଲ୍‌ରେ । ଲୋକେ ଏଥିରେ ଅତିଷ୍ଠ ହେଲେ ବି ଭୟରେ ମୁହଁ ଖୋଲୁନଥିଲେ । ସେମାନଙ୍କ ପ୍ରାଦୁର୍ଭାବ ସୀମା ଟପିବାରୁ ମୁହଁ ଖୋଲି ପ୍ରତିବାଦ କଲେ କପିଳେନ୍ଦ୍ର । ଅତିି ଭଦ୍ର ଓ ନମ୍ରତାର ସହ ଏଭଳି ବ୍ୟବହାର ନ କରିବା ପାଇଁ ଅନୁରୋଧ କଲେ । ବାସ୍‌, ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଲେ ଏହି ଅସାମାଜିକ ଗୋଷ୍ଠୀ । ମାଡ଼ି ଆସିଲେ କପିଳେନ୍ଦ୍ରଙ୍କ ପାଖକୁ । ତାଙ୍କ କଲାର୍‌ ଧରି ଘୋଷାଡ଼ି ଆଣିଥିଲେ ସିଟ୍‌ରୁ । କହିଥିଲେ, ତୁ କିଏ ବେ… ମୁହଁ ଖୋଲିଲୁ… ଏଠି ଆମ ରାଜ୍‌…. କେହି କିଛି କରିପାରିବେନି…. । ଏହା ପରେ ଘୋଷାଡ଼ି ଆଣି ମାଡ଼ ଆରମ୍ଭ କରିଥିଲେ । ବହୁ କଷ୍ଟରେ କପିଳେନ୍ଦ୍ର ନିଜର ଜଣେ ସହକର୍ମୀଙ୍କୁ ଫୋନ୍‌ କରି ତୁରନ୍ତ ପୁଲିସ ପଠାଇବାକୁ କହିଥିଲେ । ଏଥିରେ ଅସାମାଜିକ ଯୁବକମାନେ ଆହୁରି ଉତ୍ତ୍ୟକ୍ତ ହୋଇ କପିଳେନ୍ଦ୍ରଙ୍କୁ ଜୀବନରୁ ମାରିବାକୁ ଚେଷ୍ଟା କରିଥିଲେ । ୧୦/୧୨ ଜଣ ଯୁବକ ସଂଘବଦ୍ଧ ଭାବେ କପିଳେନ୍ଦ୍ରଙ୍କୁ ଟାଣି ଆଣି ତଳେ ପକାଇ ନିର୍ଘାତ୍‌ ପିଟିଲେ । ଜୀବନ ରକ୍ଷା ପାଇଁ କପିଳେନ୍ଦ୍ର ଗୁହାରି କରିଥିଲେ । କିନ୍ତୁ, କେହି ଶୁଣିନଥିଲେ । କପିଳେନ୍ଦ୍ର ଉଠିବାକୁ ପ୍ରୟାସ କରିବାବେଳେ ତାଙ୍କ ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ ସେ । ଅନ୍ୟପକ୍ଷରେ କପିଳେନ୍ଦ୍ରଙ୍କ ବନ୍ଧୁଙ୍କୁ କେତେକ ଯୁବକ ଘେରି ରହିଥିଲେ । ୧୫ରୁ ୨୦ ମିନିଟ୍‌ ଧରି ଏମିତି ଆତଙ୍କରାଜ ଚାଲିଥିଲା ମହାରାଜା ସିନେମା ହଲ୍‌ ଭିତରେ ।
ମାତ୍ର ମହାରାଜା ହଲ୍‌ର କୌଣସି କର୍ମଚାରୀ କିମ୍ବା ସୁରକ୍ଷା କର୍ମୀ କପିଳେନ୍ଦ୍ରଙ୍କୁ ରକ୍ଷା କରିବା ପାଇଁ ସେଠାକୁ ଆସିନଥିଲେ । ଗୋଟିଏ ପଟେ ମରଣାନ୍ତକ ଆକ୍ରମଣ ଚାଲିଥିବାବେଳେ ଅନ୍ୟ ପଟେ ହଲ୍‌ରେ ଫିଲ୍ମ ଚାଲିଥିଲା । ହଲ୍‌ କର୍ମଚାରୀ ସବୁ ଦେଖୁଥିଲେ । ମାତ୍ର କେହି ଜଣେ ବି ପାଟି ଖୋଲୁନଥିଲେ । କପିଳେନ୍ଦ୍ରଙ୍କ ସହକର୍ମୀଠୁ ଫୋନ୍‌ ପାଇବା ପରେ ସହିଦନଗର ଥାନା ପୁଲିସ ହଲ୍‌ରେ ପହଞ୍ଚିଥିଲା । ଆଉ ଜୀବନ ବଞ୍ଚିଯାଇଥିଲା କପିଳେନ୍ଦ୍ରଙ୍କର । ହେଲେ ସେତେବେଳକୁ ମୁଥ, ବିଧା, ଗୋଇଠା ଓ ମୁଥରେ ପିନ୍ଧା ଯାଉଥିବା ମାରଣାସ୍ତ୍ରରେ କପିଳେନ୍ଦ୍ରଙ୍କ ଛାତି, ପେଟ, ପିଠି, କାନ୍ଧ ରକ୍ତାକ୍ତ ହୋଇଯାଇଥିଲା । ମୁଣ୍ଡରେ ବି ଗଭୀର ଆଘାତ ଲାଗିଥିଲା । ସାର୍ଟ ଚିରି ଯାଇଥିବାବେଳେ ଆକ୍ରମଣକାରୀମାନେ ତାଙ୍କ ବେକରୁ ସୁନା ଚେନ୍‌, ଓ ସାମ୍ବାଦିକ ପରିଚୟପତ୍ର ଛଡ଼ାଇ ନେଇଥିଲେ । ଚଷମା ବି ଭାଙ୍ଗି ଦେଇଥିଲେ ।
କପିଳେନ୍ଦ୍ରଙ୍କ ପୁଲିସ କ୍ୟାପିଟାଲ ହସ୍ପିଟାଲ ନେଇ ଆଶୁ ଚିକିତ୍ସା କରାଇଥିଲା । ହସ୍ପିଟାଲରୁ ଫେରିବା ପରେ କପିଳେନ୍ଦ୍ର ସହିଦନଗର ଥାନାରେ ଏତଲା ଦେଇଥିଲେ । ଘଟଣା ପରେ ପୁଲିସ ଆକ୍ରମଣକାରୀଙ୍କୁ ତୁରନ୍ତ ଚିହ୍ନଟ କରିଥିଲା । ମାତ୍ର ହାତକଡ଼ି ପକାଇବାକୁ ହାତ ଥରିଥିଲା । ଏହାକୁ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ସାମ୍ବାଦିକ ସଂଘ, ବୁଦ୍ଧିଜୀବୀ ଆକ୍ରମଣର ତୀବ୍ର ନିନ୍ଦା କରିଥିଲେ ।
ଆଜି ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା । ସନ୍ଧ୍ୟାରେ ଶତାଧିକ ଗଣମାଧ୍ୟମ ପ୍ରତିନିଧି ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଡିଜିପି ଡ.ଆର୍‌.ପି.ଶର୍ମା ତୁରନ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ସହିଦନଗର ପୁଲିସ ୩ଜଣଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ।
ଏହି ଘଟଣା ପରେ ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଲାଗି ଦାବି ତେଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.