PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗୁଣିଆ ସନ୍ଦେହରେ ହତ୍ୟା ମାମଲାର ଐତିହାସିକ ରାୟ, ୧୪ ଜଣଙ୍କୁ ଆଜୀବନ ଜେଲ୍‌

ରାୟଗଡ଼ା,୨୪ା୧(ଆପ୍ର): ଗୁଣିଆ ସନ୍ଦେହରେ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଦେବଦତ୍ତ ଦାସମହାପାତ୍ର ଏକ ଐତିହାସିକ ରାୟ ଶୁଣାଇଛନ୍ତି । ମାମଲାରେ ୧୪ ଜଣଙ୍କୁ ଦେଇଛନ୍ତି ଆଜୀବନ କାରାଦଣ୍ଡାଦେଶ । ଏଥିସହ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆସାମୀମାନଙ୍କଠାରୁ ଯେଉଁ ଜରିମାନା ଆଦାୟ ହେବ, ସେଥିରୁ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଡେକିନାଙ୍କ ସ୍ତ୍ରୀ ଅନ୍ଦୁରୀଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଦଣ୍ଡାଦେଶ ପାଇଥିବା ଆସାମୀମାନେ ହେଲେ ରାୟଗଡ଼ା ବ୍ଲକ ଚାଞ୍ଚଡ଼ାଦୃଗମ ଗାଁର ବୁଲୁକା ତାଡ଼ିଙ୍ଗି, ଦଣ୍ଡାସ ତାଡ଼ିଙ୍ଗି, ନାର୍ସେୟା ତାଡ଼ିଙ୍ଗି, କିଶା ତାଡ଼ିଙ୍ଗି, ଯୋଗୀ ତାଡ଼ିଙ୍ଗି, ମୋହନ ତାଡ଼ିଙ୍ଗି, ସୁକୃ ତାଡ଼ିଙ୍ଗି, ମନୋଜ ତାଡ଼ିଙ୍ଗି, ପ୍ରହଲ୍ଲାଦ ତାଡ଼ିଙ୍ଗି, ଗୁମ୍ପା ତାଡ଼ିଙ୍ଗି, ଶଙ୍କର ତାଡ଼ିଙ୍ଗି, ନାଇଡ଼ା ତାଡ଼ିଙ୍ଗି, ଆନନ୍ଦ ତାଡ଼ିଙ୍ଗି ଓ କିଟା ତାଡ଼ିଙ୍ଗି ।
ମାମଲାରୁ ପ୍ରକାଶ, ୨୦୧୭ ନଭେମ୍ବର ୧୮ ତାରିଖ ରାତିରେ ଚାଞ୍ଚଡ଼ାଦୃଗମ ଗାଁର ଡେକିନା ତାଡିଙ୍ଗିଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିଲା । ଡେକିନା ଓ ତାଙ୍କ ସ୍ତ୍ରୀ ଅନ୍ଦୁରୀ ମିଳିତ ଭାବେ ସେହିଦିନ ରାତିରେ ଗାଁ ନିକଟ ନିଜ ଜମିରେ ଥିବା କୁଡ଼ିଆକୁ ଯାଉଥିଲେ । ସେହି ସମୟରେ ଉପରୋକ୍ତ ୧୪ ଜଣ ସେମାନଙ୍କୁ ଅଟକାଇଥିଲେ । ଗୁଣି କାମ କରୁଥିବା ସଂପର୍କରେ ପଚାରିଥିଲେ । ପରେ ଠେଙ୍ଗାବାଡ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଡେକିନାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଭୟଭୀତ କରାଇ ଅନ୍ଦୁରୀଙ୍କୁ ସେଠାରୁ ତଡ଼ି ଦେଇଥିଲେ ଏବଂ ଡେକିନାଙ୍କୁ ସଂଘବଦ୍ଧ ହତ୍ୟା କରିଥିଲେ । ଡେକିନାଙ୍କ ମୃତ୍ୟୁ ପରେ ଗାଁ ନିକଟ ଶ୍ମଶାନରେ ମିଳିତ ଭାବେ ଶବ ପୋଡ଼ି ଦେଇଥିଲେ । ଏ ସଂପର୍କରେ ସେହି ମାସ ୧୯ ତାରିଖରେ ଡେକିନାଙ୍କ ଭାଇ ପ୍ରଶାନ୍ତ ତାଡ଼ିଙ୍ଗି ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିଥିଲା । ଉପରୋକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।