PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ନାବଳକଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ୨ ଜଣ ନାବାଳକ ଅଟକ

pic- internet

କେନ୍ଦ୍ରାପଡ଼ା,୧୮/୦୩: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋ ପାଟଣା ଅଞ୍ଚଳର ଜଣେ ଆଠ ବର୍ଷୀୟା  ନାବାଳିକାକୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଥାନାରେ  ଅଭିଯୋଗ ହୋଇଛି। ନାବାଳିକା  ଗତକାଲି ରାତିରେ ଏ ନେଇ ଏକ ଲିଖିତ ଅଭିଯୋଗ କୁଦାନଗରୀ ଥାନାରେ କରିଛନ୍ତି।  ଅଭିଯୋଗକୁ ଗୁରୁତ୍ୱ ସହକାରେ ନେଇ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ୧୭୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ତେବେ ଦୁଇ ନାବାଳକଙ୍କ ପରିବାର ଓ କିଛି ସ୍ଥାନୀୟ ଲୋକ ଏହି ଘଟଣାକୁ ନେଇ ଆପସ ସମାଧାନ ପାଇଁ ଏକ ଗ୍ରାମରେ ସଭା  ବସାଇଥିଲେ। ଠିକ ସେହି ସମୟରେ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଓ ତାଙ୍କ ଟିମ ଚଢ଼ାଉ କରି  ୨ ନାବାଳକ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଥିଲେ। ପୀଡିତା ନାବାଳିକା  ଓ ତାଙ୍କ ମା’ଙ୍କ ବୟାନ ଆଧାରରେ ପକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରାଯାଇଥିଲା।  ଆଜି ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟରେ ହଜାର କରାଯାଇଛି। କିନ୍ତୁ ନାବାଳକ ଦୁହିଁ ଙ୍କ ବାପା ତାଙ୍କ ପୁଅ ନାମରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।