PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଓଡ଼ିଆ ସିନେମା “କିସ୍‌ ମିସ୍‌”ର ଅଡିଓ ରିଲିଜ, ଗଣେଷ ପୂଜାରେ ଫ୍ଲୋରରେ ଦେଖିବେ ଦର୍ଶକ  

ଭୁବନେଶ୍ବର, ୧୨/୮ :  ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଶୁକ୍ରବାର ନୂଆ ଓଡିଆ ଚଳଚ୍ଚିତ୍ର କିସ୍‌ମିସ୍‌ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି । ଝିଲିକ୍ ମୋସନ ପିକ୍‌ଚର୍ସର ବ୍ୟାନରରେ ନିର୍ମିତ ହେଇଛି ଏହି ସିନେମା । ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ବରେ ଥିବାବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନର ପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗିତାଙ୍କ ସହ କ୍ରିଏଟିଭ  ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

କିସ୍‌ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି । ୪ଟି ଯାକ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ । “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି । ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠଦାନ କରିଥିବାବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ  ଓ ଜାଗୃତି ମିଶ୍ର କଣ୍ଠ ଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ”  ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତିରେଖା ପାଢୀ କଣ୍ଠ ଦାନ କରିଛନ୍ତି ।

ଅଗଷ୍ଟ ୩୧ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍‌’। ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡିଙ୍କୁ ବଡ଼ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ । ପ୍ରେମକୁ ନେଇ କାହାଣୀ ଆଗକୁ ବଢ଼ିଥିବାବେଳେ ସ୍ୱରାଜ ଓ ଶିବାନୀଙ୍କ ଅଭିନୟ ମନ କିଣିନେବ । ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ,ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି ।

ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭାବେ ଅଭିନୟ କରିଛନ୍ତି । ଓଡିଶା ଭିତରେ ସିନେମାର ସୁଟିଂ ହୋଇଥିବାବେଳେ କେବଳ ଗୀତ ଗୁଡିକ ଓଡିଶା ବାହାରେ ସୁଟିଂ ହୋଇଛି । ଅନେକ ଦିନ ପରେ ଗଣେଷ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି । ସାରା ଓଡିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍‌’ ମୁକ୍ତିଲାଭ କରିବ ।  ପୂର୍ବରୁ ଝିଲିକ ମୋସନ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ମଧ୍ୟ ପ୍ରସ୍ତୁତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି ।