ମିଆଁମାର : ମିଆଁମାରର ପୂର୍ବତନ ନେତା ଅଙ୍ଗ୍ ସାନ୍ ସୁ’ଙ୍କ ପୁଅ କିମ୍ ଏରିସ୍ ତାଙ୍କ ମାଆଙ୍କ ବଞ୍ଚି ଥିବାର ପ୍ରମାଣ ମାଗିଛନ୍ତି। ସେ କହିଛନ୍ତି , ମୋ ମାଆ ଯଦି ଜୀବିତ , ତ ସେନା ଏହାର ପ୍ରମାଣ ଦେଉ ,ସେ କହିଛନ୍ତି ମୁଁ ମୋ ମାଆଙ୍କ ସ୍ଥିତି ବିଷୟରେ ଜାଣିବା ପାଇଁ ମିଆଁମାରର ଜନତାଙ୍କ ମଧ୍ୟରେ ଅଭିଯାନ ଚଳାଇବି। ୨୦୨୧ରେ ମିଆଁମାରରେ ବିଦ୍ରୋହ ପରେ ଅଙ୍ଗ୍ ସାନ୍ ସୁ’ଙ୍କୁ ଜେଲ୍ ପଠାଇ ଦିଆଯାଇ ଥିଲା। ୮୧ ବର୍ଷିୟ ସୁ’ଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ଖବର ଆସି ଥିଲା , ଯାହାକୁ ସେନା ଖାରଜ କରି ଦେଇ ଥିଲା। ଏବେ ତାଙ୍କର ପୁଅ ଅଙ୍ଗ୍ ସାନ ସେ ଜୀବିତ ଥିବାର ପ୍ରମାଣ ମାଗିଛନ୍ତି।
‘ଦ ଇଣ୍ଡିପେଣ୍ଡେଣ୍ଟ’ ମୁତାବିକ , କିମ୍ ଏରିସ କହିଛନ୍ତି – ୧୯ ଜୁନରେ ମୋ ମାଆଙ୍କର ୮୧ ତମ ଜନ୍ମଦିନ । ମୋ ମାଆ ଏବେ କେଉଁ ସ୍ଥିତିରେ ଅଛି , ଏହା ବିଷୟରେ କାହାକୁ କୌଣସି ଖବର ନାହିଁ। ମୁଁ ମିଆଁମାରର ଜନତାଙ୍କୁ କହିବାକୁ ଚାହୁଁଛି ଯେ, ଆପଣମାନେ ମୋ ମାଆଙ୍କ ପାଇଁ ରାସ୍ତାକୁ ଓହ୍ଲାନ୍ତୁ। ଏରିସ ତାଙ୍କ ମାଆଙ୍କ ସ୍ଥିତି ଜାଣିବା ପାଇଁ ଜନତାଙ୍କୁ ୮୧ ହଜାର କି.ମି ପାଦରେ ଚାଲିବା କିମ୍ୱା ୮୧ ମାଇଲ ସାଇକେଲ ଚଲାଇବା ନୁହେଁତ ୮୧ କି.ମି ଦୌଡ଼ିବାର ଆହ୍ୱାନ କରିଛନ୍ତି।
୨୦୨୧ ମସିହାରେ ମିଆଁମାରରେ ସେନା ବିଦ୍ରୋହ ପରେ ଅଙ୍ଗ୍ ସାନ ସୁ'ଙ୍କୁ ଏକାନ୍ତ କାରାବାସକୁ ପଠାଇ ଦିଆଯାଇ ଥିଲା। ନିକଟରେ ଯେବେ ମିଆଁମାରର ସରକାର ବଦଳିଲା, ସେତେବେଳେ ଏକ ବିବୃତ୍ତି ଜାରି କରି ଅଙ୍ଗ୍ ସାନ୍ ସୁ’ଙ୍କୁ ଏକାନ୍ତ କାରାବାସକୁ ସିଫ୍ଟ କରି ନଜରବନ୍ଦୀ କରିବା କଥା କହିଥିଲେ, କିନ୍ତୁ ଅଙ୍ଗ୍ ସାନ ସୁ'ଙ୍କ ଫଟୋ ସାମ୍ନାକୁ ଆସି ନାହିଁ କି ତାଙ୍କୁ କାହାକୁ ଭେଟିବାକୁ ସୁଯୋଗ ଦିଆଯାଉଛି। ତାଙ୍କ ଓକିଲ ମଧ୍ୟ ତାଙ୍କୁ ଭେଟି ପାରୁ ନାହାନ୍ତି। ପ୍ରଶ୍ନ କରାଯିବା ପରେ ପୁଲିସ ସୁ’ଙ୍କର ଏକ ଅସ୍ପଷ୍ଟ ଫଟୋ ଜାରି କରିଥିଲା। ତାଙ୍କ ପୁଅଙ୍କ କହିବାନୁସାରେ , ଏହାକୁ ନକଲ କରି ତିଆରି କରାଯାଇଛି।
ଏରିସ ଆହୁରି କହିଛନ୍ତି , ମିଲିଟାରୀ ସରକାର ସ୍ୱଚ୍ଛତାର କଥା କହୁଛନ୍ତି ,କିନ୍ତୁ ମୋ ମାଆ କେଉଁ ସ୍ଥିତିରେ ଅଛନ୍ତି ଏହା ସେ କହୁ ନାହାନ୍ତି ? ଏରିସ ଏହି ପ୍ରଶ୍ନ ଏମିତି ସମୟରେ ଉଠାଇଛନ୍ତି, ଯେବେ ମିଆଁମାରର ମିଲିଟାରୀ ରାଷ୍ଟ୍ରପତି ମିନ ଅଙ୍ଗ ନୂଆ ଦିଲ୍ଲୀର ଗସ୍ତରେ ଅଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : UP Elections 2027: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବଡ଼ ଭବିଷ୍ୟବାଣୀ, ରାହୁଲ ହାରିବେ...ଜୋରଦାର ହାରିବେ