ଭୁବନେଶ୍ବର,୧୯\୭ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ଚଳନ ମଣିଷ ଜୀବନରେ ବଡ଼ ପ୍ରଭାବ ପକାଇଥାଏ । ଚଳିତ ଜୁଲାଇ ମାସରେ ଏମିତି ଏକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା କିଛି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେବ । ଜୁଲାଇ ୧୯ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଶନି ଏବଂ ମଙ୍ଗଳ ଗ୍ରହ ମଧ୍ୟରେ ଏକ ବିଶେଷ ‘ଲାଭ ଦୃଷ୍ଟି ଯୋଗ’ (୬୦ ଡିଗ୍ରୀ) ସୃଷ୍ଟି ହେବାକୁ ଯାଉଛି । ଯାହା ଦ୍ବାରା ୪ ରାଶି ଲାଭବାନ୍ ହେବେ ।

ଜ୍ୟୋତିଷ ଗଣନା ଅନୁଯାୟୀ, ଶନି ଓ ମଙ୍ଗଳଙ୍କ ଏହି ଯୋଗ  ଦ୍ବାରା ୪ଟି ରାଶିର ଜାତକଧାରୀଙ୍କ ପାଇଁ ଶୁଭ ସମୟ ପ୍ରାରମ୍ଭ ହେବ। ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ ଏବଂ ମିଳିବ କି ଶୁଭ ଫଳ । 

ମେଷ ରାଶି 

ଏହି ଶୁଭ ଯୋଗ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ସଫଳତାର ସହ ସରିବ । ଚାକିରିଆଙ୍କୁ କର୍ମକ୍ଷେତ୍ରରେ ବଡ଼ ପଦବୀ କିମ୍ବା ନୂଆ ଦାୟିତ୍ୱ ମିଳିପାରେ । ପୂର୍ବରୁ କରିଥିବା ପୁଞ୍ଜି ନିବେଶରୁ ଭଲ ଲାଭ ମିଳିବ । ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ବିଛା ରାଶି

ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିପାରେ । ରୋଜଗାରର ନୂଆ ନୂଆ ମାଧ୍ୟମ ସୃଷ୍ଟି ହେବା ସହ ଦୀର୍ଘ ଦିନରୁ ଫସି ରହିଥିବା ଟଙ୍କା ସହଜରେ ଫେରସ୍ତ ମିଳିବ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ସହ ପଦୋନ୍ନତି ମିଳିବାର ଯୋଗ ରହିଛି । ବ୍ୟବସାୟରେ ଲାଭ ହେବା ସହ ମାନସିକ ଚିନ୍ତା ଦୂର ହେବ ।

ମକର ରାଶି

କ୍ୟାରିୟର ଏବଂ ବାଣିଜ୍ୟ ଦୃଷ୍ଟି କୋଣରୁ ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ ଓ ବଡ଼ ଗ୍ରାହକଙ୍କ ସହ ନୂଆ ଚୁକ୍ତି ହୋଇପାରେ । କର୍ମଜୀବୀମାନଙ୍କୁ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଅନେକ ସୁଯୋଗ ମିଳିବ। ଏହା ସହିତ ଆର୍ଥିକ ସ୍ଥିତି ମଜବୁତ୍ ଓ ସ୍ଥିର ହେବ ।

କୁମ୍ଭ ରାଶି

ମଙ୍ଗଳ ଓ ଶନିଙ୍କ ଶୁଭ ଦୃଷ୍ଟି ଯୋଗରୁ କୁମ୍ଭ ରାଶିର ଜାତକ ମାନଙ୍କୁ ସକାରାତ୍ମକ ପରିଣାମ ମିଳିବ। ଅଫିସରେ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ବାଣିଜ୍ୟ ବ୍ୟବସାୟରେ ନୂଆ ଅଫର ମିଳିବା ଦ୍ୱାରା ଲାଭ ହେବାର ସମ୍ଭାବନା ରହିଛି । ପରିବାରରେ ହସଖୁସିର ମାହୋଲ ରହିବା ସହ ସୁଖ-ଶାନ୍ତି ବଜାୟ ରହିବ ।