PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପ୍ରଥମ ଦିନିକିଆ: ରୋହିତଙ୍କ ଶତକ ବୃଥା ଭାରତ 34 ରନ୍ରେ ପରାସ୍ତ

SYDNEY, AUSTRALIA - MARCH 26: MS Dhoni and Ravindra Jadeja of India wait for the third umpire decision after a direct hit from Steve Smith of Australia ran out Jadeja during the 2015 Cricket World Cup Semi Final match between Australia and India at Sydney Cricket Ground on March 26, 2015 in Sydney, Australia. (Photo by Mark Kolbe/Getty Images)

ସିଡନୀ,12।1(ଏଜେନ୍ସି): ଦିନିକିଆ ସିରିଜ୍ ଆରମ୍ଭରୁ ଭାରତକୁ ପରାଜୟ ସାମ୍ନା କରିଛି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ 34ରନ୍ରେ ପରାଜିତ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 5 ବିକେଟ୍ ବିନିମୟରେ 288 ରନ୍ କରିଥିଲା। ଜବାବରେ ଭାରତ 9 ବିକେଟ୍ ହରାଇ 254 ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଘରୋଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୁବ ପେସ୍ ବୋଲର ଝେୟ ରିଚାର୍ଡସନ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଭାରତର ବିଜୟ ସ୍ବପ୍ନ ଧୂଳିସାତ୍ ହୋଇ ଯାଇଥିଲା। ‘ହିଟ୍ ମ୍ୟାନ୍’ରୋହିତ ଶର୍ମ।ଙ୍କ 22ତମ ଦିନିକିଆ ଶତକ ମଧ୍ୟ ଭାରତକୁ ପରାଜୟରୁ ଉଦ୍ଧାର କରିପାରି ନଥିଲା। ମହେନ୍ଦ୍ର ସିଂ ଧୋନି ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟ କେହି ଅଷ୍ଟ୍ରେଲିଆ ବୋଲରଙ୍କ ଉପଯୁକ୍ତ ମୁକାବିଲା କରିପାରି ନଥିଲେ। ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଅଧିନାୟଙ୍କ ଆରୋନ ଫିଞ୍ଚଙ୍କ ସହ ନବାଗତ ଆଲେକ୍ସ କ୍ୟାରୀ ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର 8 ବେଳେ ବ୍ୟକ୍ତିଗତ 6 ରନ୍ କରି ଫିଞ୍ଚ ପ୍ରଥମେ ଆଉଟ୍ ହୋଇଥିଲେ। କ୍ୟାରୀ ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ସେ 24 ରନ କରି ପାଭିଲିୟନ ଫେରିଥିଲେ। 41 ରନ୍ରେ ଦଳ ଉଭୟ ଓପନରଙ୍କୁ ହରାଇଥିଲା।
ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଉସମାନ ଖବାଜା ଓ ସନ ମାର୍ଶ ଟେଷ୍ଟ ସିରିଜ୍ର ବିଫଳତାକୁ ପଛରେ ପକାଇ ଆକର୍ଷଣୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ତୃତୀୟ ବିକେଟ୍ରେ ଉଭୟ 92 ରନ୍ ଯୋଗ କରିଥିଲେ। ଦଳୀୟ ସ୍କୋର 133 ବେଳେ ବ୍ୟକ୍ତିଗତ 59 ରନ୍ କରି ଖବାଜା ଆଉଟ୍ ହୋଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ପିଟର ହ୍ୟାଣ୍ଡ୍ସକମ୍ବ କ୍ରିଜ୍ରେ ଯୋଗ ଦେବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା। ମାର୍ଶ ଓ ହ୍ୟାଣ୍ଡ୍ସକମ୍ବଙ୍କ ମଧ୍ୟରେ ତୃତୀୟ ବିକେଟ୍ରେ 53 ରନ୍ ସଂଗୃହୀତ ହୋଇଥିଲା। ମାର୍ଶ ବ୍ୟାକ୍ତିଗତ 54 ରନ୍ କରି ପାଭିଲିୟନ ଫେରିଥିଲେ। ଅନ୍ତିମ ଭାଗରେ ମାର୍କସ ଷ୍ଟଇନିସ୍ ଅପରାଜିତ 47(2ଚୌକା, 2ଛକା) ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ 288 ରନ୍ର ଲଢୁଆ ସ୍କୋର ସଂଗ୍ରହ କରିଥିଲା। ହ୍ୟାଣ୍ଡ୍ସକମ୍ବ ଦଳ ପକ୍ଷରୁ ସର୍ବ।ଧିକ 73 (6ଚୌକା, 2ଛକା)ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ କୁଲଦୀପ ଯାଦବ 2ଟି ଲେଖାଏଁ ବିକେଟ୍ ନେଇଥିଲେ।
289 ରନ୍ର ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟକର ନଥିଲା। ହେଲେ ଯୁବ ପେସ୍ ବୋଲର ଝେୟ ରିଚାର୍ଡସନ୍ ଓ ଜାସନ ବେହରନଡ୍ରଫ ପ୍ରାରମ୍ଭରୁ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ। ଖାତା ଖୋଲିବା ପୂର୍ବରୁ ଶିଖର ଧାବନ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମାତ୍ର 3 ଓ ଅମ୍ବାତି ରାୟୁଡୁ କୌଣସି ରନ କରିବା ପୂର୍ବରୁ ରିଚାର୍ଡସନଙ୍କ ଶୀକାର ସାଜିଥିଲେ। ମାତ୍ର 4 ରନ୍ରେ ଭାରତ 3ଟି ବିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା। ଅନ୍ୟ ଓପନର ରୋହିତ ଶର୍ମ। ଓ ଭେଟେରାନ ଧୋନିଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରୁଥିଲା। ଉଭୟ ସତର୍କତାର ସହ ବ୍ୟାଟିଂ କରି ବିକେଟ୍ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଅନ୍ୟ ପଟରେ ଘରୋଇ ବୋଲରମାନଙ୍କୁ ଚାପ ପକାଇବା ପାଇଁ ସୁଯୋଗ ମିଳି ଯାଇଥିଲା। ଉଭୟ ରୋହିତ ଓ ଧୋନି ଅର୍ଦ୍ଧଶତକ ଅର୍ଜନ କରିବା ସହ ଚତୁର୍ଥ ବିକେଟ୍ରେ 137 ରନ୍ ଯୋଗ କରି ବିଜୟ ଆଶା ସଂଚାର କରିଥିଲେ। ସ୍ଥିତି ସୁଧୁରିଥିଲା। ଏଥର ଦ୍ରୁତ ରନ୍ ଆବଶ୍ୟକ ହେଉଥିଲା। 33ତମ ଓଭର ବୋଲିଂ କରିବାକୁ ଆସି ରିଚାର୍ଡସନ୍ ଯୋଡି ଭାଙ୍ଗିଥିଲେ। ସେ ଧୋନି(51)ଙ୍କୁ ଆଉଟ୍ କରି ବାଜି ପଲଟାଇ ଦେଇଥିଲେ। ରୋହିତ ଗୋଟିଏ ପଟେ ଦୃଢ ବ୍ୟାଟିଂ ଚାରି ରଖି 22ତମ ଶତକ ଅର୍ଜନ କରିଥିଲେ। ହେଲେ ଅନ୍ୟ ପଟରେ ଭାରତ ବିକେଟ୍ ହରାଇ ଥିଲା। ଦିନେଶ କର୍ତ୍ତିକ 12 ଓ ରବିନ୍ଦ୍ର ଜାଡେଜା 8 ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର 213ବେଳକୁ ଭାରତ 6ଟି ବିକେଟ୍ ହରାଇ ସାରିଥିଲା। ଶେଷରେ ଧେର୍ଯ୍ୟ ହରାଇ ରୋହିତ ପାଭିଲିୟନ ଫେରିଥିଲେ। ସେ 129ଟି ବଲ୍ରୁ 10ଟି ଚୌକା ଓ 6ଟି ଛକା ବଳରେ 133 ରନ୍ କରିଥିଲେ। ରୋହିତଙ୍କ ବିକେଟ୍ର ପତନ ପରେ ପରାଜୟ ନିଶ୍ଚିତ ହୋଇ ଯାଇଥିଲେ। ଅନ୍ତିମ ଭାଗରେ ଭୁବନେଶ୍ବରନ 23ଟି ବଲ୍ରୁ ଅପରାଜିତ 29 ରନ୍ କରିଥିଲେ ହେଁ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ରିଚାର୍ଡସନ୍ 4ଟି ବିକେଟ୍ ଅକ୍ତିଆର କରିଥିବାବେଳେ ଜାସନ ବେହରନଡ୍ରଫ ଓ ଷ୍ଟଇନିସ 2ଟି ଲେଖାଏଁ ବିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର