ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଷ୍ଟ୍ରେଲିଆ ନାଁରେ ପ୍ରଥମ ଦିନ; ରୋହିତ-କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ

Published By : Soubhagya Ranjan | December 6, 2024 6:02 PM

Image source: ABP live

ନୂଆଦିଲ୍ଲୀ,୦୬/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଦବଦବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଆୟୋଜକ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ୮୬ ରନ୍ ସଂଗ୍ରହ କରିଛି। ଏହି ଗୋଲାପୀ-ବଲ୍ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଇଛା କରିଥିଲା, କିନ୍ତୁ ଟିମ୍ ଇଣ୍ଡିଆ ମାତ୍ର ୧୮୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ କଙ୍ଗାରୁ ଦଳ ୩୩ ଓଭର ଖେଳି ୯୪ ରନ୍ ପଛରେ ରହିଛି। ମାର୍ନସ୍ ଲାବୁସେନ ବର୍ତ୍ତମାନ ୨୦ ରନ୍ ଏବଂ ନାଥାନ୍ ମ୍ୟାକସ୍ୱିନି ୩୮ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।

ଭାରତର ବ୍ୟାଟିଂ ବିପର୍ଯ୍ୟୟ: 

ବର୍ଡର ଗାଭାସ୍କର ଟ୍ରଫି ୨୦୨୪ ରେ ୧-୦ରେ ଅଗ୍ରଣୀ ଥିବା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପର୍ଥ ଟେଷ୍ଟରେ ଶତକୀୟ ପାଳି ଖେଳିଥିବା ଯଶସ୍ବୀ ଜୟସୱାଲ ଏଥର ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ପାଭିଲିୟନ ଫେରିଥିଲେ। କେ.ଏଲ୍ ରାହୁଲ ଏବଂ ଶୁଭମାନ ଗିଲଙ୍କ ମଧ୍ୟରେ ୬୯ ରନ୍‌ର ଭାଗିଦାରୀ ହୋଇଥିଲା। ରାହୁଲ ୩୭ ଏବଂ ଗିଲ ୩୧ ରନ୍ ସ୍କୋର କରିଥିଲେ। ଭାରତର ଉଭୟ ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ବିଫଳ ରହିଥିଲା। ଋଷଭ ପନ୍ତ ୨୧ ରନ୍ କରିଥିବା ବେଳେ ନୀତୀଶ ରେଡ୍ଡୀ ଘଡ଼ିସନ୍ଧି ପରିସ୍ଥିତିରେ ୪୨ ରନ୍‌ର ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆ ନାଁରେ ପ୍ରଥମ ଦିନ: 

ଯେତେବେଳେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରିବାକୁ ଆସିଲା, ସେତେବେଳେ ଉସ୍ମାନ ଖ୍ବାଜା ପ୍ରଥମ ଝଟ୍‌କା ପାଇଥିଲେ। ଏହା ପରେ ମାର୍ନସ୍ ଲାବୁସେନ ଏବଂ ନାଥାନ୍ ମ୍ୟାକସ୍ୱିନିଙ୍କ ମଧ୍ୟରେ ୭୦ ରନର ଭାଗିଦାରୀ ହୋଇଥିଲଶ। ମ୍ୟାକସ୍ୱିନି ବର୍ତ୍ତମାନ ୩୮ ରନ୍ ଏବଂ ଲାବୁସେନ ୨୦ ରନ୍ ସ୍କୋର କରିଛନ୍ତି। ପ୍ରଥମ ଇନିଂସରେ କଙ୍ଗାରୁ ଦଳ ୯୪ ରନ୍ ପଛରେ ରହିଛି। ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଧିକାଂଶ ଦ୍ରୁତ ବୋଲରଙ୍କୁ ବ୍ୟବହାର କରିଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ମାତ୍ର ଗୋଟିଏ ଓଭରରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ଯଦି ଆମେ ପ୍ରଥମ ଦିନର ସାରାଂଶକୁ ଦେଖିବା, ଅଷ୍ଟ୍ରେଲିଆ ବୋଲରମାନେ ଭାରତ ଅପେକ୍ଷା ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.