PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଖଲିସ୍ତାନୀଙ୍କ ବିରୁଦ୍ଧରେ ଆକ୍ସନ ମୋଡରେ ଅଷ୍ଟ୍ରେଲିଆ ପୋଲିସ, ୬ ଜଣଙ୍କ ଫଟୋ ଜାରି

ନୂଆଦିଲ୍ଲୀ ୨୦/୩: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖଲିସ୍ତାନ ରେଫରେଣ୍ଡମ କାର୍ଯ୍ୟକ୍ରମ ସମୟରେ ହୋଇଥିବା ହିଂସା ମାମଲାରେ ଏବେ ଭିକ୍ଟୋରିଆ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ୨ ମାସ ତଳର ଘଟଣାରେ ଭିକ୍ଟୋରିଆ ପୋଲିସ ଅଚାନକ ହିଂସାକାରୀଙ୍କ ଫଟୋ ଜାରି କରି ସେମାନଙ୍କ ଚିହ୍ନଟ ପାଇଁ ଲୋକଙ୍କ ସାହାଯ୍ୟ ମାଗିଛି । ପିଏମ୍ ମୋଦି ଦ୍ୱାରା ଅଷ୍ଟ୍ରେଲିଆ ପିଏମଙ୍କ ଆଗରେ ଏହି ମାମଲା ଉଠାଇବା ପରେ ଏମିତି ଆକ୍ସନ ନିଆଯାଇଛି ।

ଭିକ୍ଟୋରିଆ ପୋଲିସ ନିଜ ଟ୍ୱିଟରେ ଲେଖିଛି କି ୨୯ ଜାନୁୟାରୀରେ ଖଲିସ୍ତାନ ରେଫରେଣ୍ଡମ ସମୟରେ ଯେଉଁ ଉପଦ୍ରବ ହୋଇଥିଲା ସେଥିରେ ସାମିଲ ଥିବା ୬ ଜଣଙ୍କୁ ଧରିବା ପାଇଁ ଆମକୁ ସହାୟତା କରନ୍ତୁ ।  ପୋଲିସ ଜଣାଇଛି କି କେମିତି ୨୯ ଜାନୁୟାରୀରେ ଜନମତ ସଂଗ୍ରହ ପାଇଁ ଏକାଠି ହୋଇଥିବା ସମୟରେ ଏହି ହିଂସା ହୋଇଥିଲା । ସେମାନେ ପତାକାର ପଛପଟ ବାଡିକୁ ଅସ୍ତ୍ର ଭଳି ବ୍ୟବହାର କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଥିଲେ । ଏହା ବ୍ୟତୀତ ସେହିଦିନ ତ୍ରିରଙ୍ଗା ମଧ୍ୟ ଜଳାଇବା ମାମଲା ସାମ୍ନାକୁ ଆସିଥିଲା ।

ପୋଲିସ ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ହିଂସାକାରୀଙ୍କୁ ରୋକାଯାଇଥିଲା ଏବଂ ୨ ଜଣ ଗିରଫ ମଧ୍ୟ ହୋଇଥିଲେ । ଏବେ ବାକି ଅନ୍ୟ ୬ ଜଣଙ୍କ ସନ୍ଧାନ ଜାରି ରହିଛି । ପୋଲିସ କହିଛି କି ଯଦି କାହାକୁ ବି ଏମାନଙ୍କ ସମ୍ପର୍କରେ ଜଣାଥାଏ ସେମାନେ ୧୮୦୦୩୩୩୦୦୦ରେ ସୂଚନା ଦେଇପାରିବେ । ଭିକ୍ଟୋରିଆ ପୋଲିସର ଏହି ଅପିଲ୍ ପରେ ଲୋକମାନେ ଆଗେଇ ଆସି ସୋସିଆଲ ମିଡିଆ ଜରିଆରେ ପୋଲିସକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପ୍ରଶ୍ନ କରୁଛନ୍ତି କି ଅଷ୍ଟ୍ରେଲିଆ ସରକାରଙ୍କ ପାଖରେ ଫେସିଆଲ୍ ଆଇଡି ରେକର୍ଡ ନାହିଁ କି ମୁହଁରୁ ଚିହ୍ନଟ କରିହେବ । ଯଦି ସେମାନେ ଧରାପଡୁନାହାଁନ୍ତି ତେବେ ତାଙ୍କ ସମ୍ପର୍କୀୟ ଧରାପଡିବା ଉଚିତ୍ ।

ସମ୍ବନ୍ଧିତ ଖବର