PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମୋର ବି ହତ୍ୟା ହୋଇପାରେ … ପାକିସ୍ତାନୀ ଧର୍ମଗୁରୁ ମୋତେ ମାରିବାକୁ ଚାହୁଁ ଥିଲେ : ତସଲିମା ନସରିନ

ନୂଆଦିଲ୍ଲୀ :  ମୋ ଜୀବନ ବି ସୁରକ୍ଷିତ ନୁହେଁ , ମୋର ବି ହତ୍ୟା ହୋଇପାରେ। ପ୍ରସିଦ୍ଧ ଲେଖିକା ତସଲିମା ନସରିନ୍‌ ବୁଧବାର ଦିନ ଦାବି ପୂର୍ବକ ଏହି କଥା କହିଛନ୍ତି । ଜଣେ ପାକିସ୍ତାନୀ ଧାର୍ମିକ ନେତା ଅଲ୍ଲାମା ଖାଦିମ ହୁସୈନ ରିଜଭି ତାଙ୍କୁ ମାରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି । ବାଂଲାଦେଶରେ ଜନ୍ମିତ ଲେଖିକା ତସଲିମା ନସରିନଙ୍କ ବିରୋଧରେ କଥିତ ଇସଲାମ ବିରୋଧୀ ଟିପ୍ପଣୀ ପାଇଁ ଅତୀତରେ ଅନେକ ଫତୱା( ମୃତ୍ୟୁର ସଜା ) ମଧ୍ୟ ଜାରି ହୋଇ ସାରିଛି।  

ତସଲିମା ନସରିନ୍‌ ଟ୍ୱିଟ୍‌ରରେ ଧର୍ମଗୁରୁଙ୍କର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି , ଏହି ଧର୍ମଗୁରୁ ମୋତେ ମାରିବାକୁ ଚାହୁଁଥିଲେ ଏବଂ ସେ ଇସଲାମ ନାମରେ ଲକ୍ଷ ଲକ୍ଷ ପାକିସ୍ତାନୀ ଚରମପନ୍ଥୀଙ୍କୁ ମତେ ମାରିବା ପାଇଁ ପ୍ରେରିତ କରିଛନ୍ତି । ସେ ଦାବି କରି କହୁଛନ୍ତି କି ମୋ ବହି ପଢ଼ିଛନ୍ତି , ହେଲେ ମୁଁ ନିଶ୍ଚିତ ଭାବେ କହୁଛି କି ସେଏହା କରି ନାହାନ୍ତି । ସେ ମିଛ କହୁଥିଲେ ।

ଶୁକ୍ରବାର ଲେଖକ ସଲମାନ ରୁଶଦୀଙ୍କ ଉପରେ ଛୁରୀରେ ଆକ୍ରମଣ ପରେ ତସଲିମା କହିଥିଲେ କି ତାଙ୍କର ବି ହତ୍ୟା ହୋଇପାରେ । ଉଲ୍ଲେଖନୀୟ ଯେ, ମୁମ୍ୱାଇରେ ଜନ୍ମିତ ବିବାଦୀୟ ଲେଖକ ରୁଶଦୀଙ୍କୁ ଦ ସାଟେନିକ ଭର୍ସେସ୍‌କୁ ଲେଖିବା ପରେ ବର୍ଷ ବର୍ଷ ଧରି ଇସଲାମୀ ଚରମପନ୍ଥିମାନଙ୍କ ଠାରୁ ଜୀବନରେ ମାରିଦେବାକ ଧମକ ଆସୁଥିଲା । ତାଙ୍କୁ ଶୁକ୍ରବାର ଆମେରିକାର ନ୍ୟୁୟର୍କରେ ୨୪ ବର୍ଷିୟ ଜଣେ ଯୁବକ ଏକ କାର୍ଯ୍ୟକ୍ରମରେ ଛୁରାମାଡ଼ କରିଥିଲେ । ରୁଶଦୀ ଯେଉଁ ବିପଦର ସାମନା କରିଛନ୍ତି , ଏହି ପରି  ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନଙ୍କୁ ମଧ୍ୟ ଧମକର ସାମ୍ନା କରିବାକୁ ପଡ଼ିଛି ।

ନିଜର ପୁସ୍ତକ ଲଜ୍ଜା କୁ ପ୍ରତିବନ୍ଧକ ଓ ପରେ ଧାର୍ମିକ ଭାବନାକୁ ବ୍ୟାହତ କରିବା ପାଇଁ ଫତୱାର ସାମ୍ନା କରିବା ପରେ ୫୯ ବର୍ଷିୟା ନସରିନ୍‌ ଗତ ୨୭ ବର୍ଷଧରି ନିର୍ବାସନ ଜୀବନ ବିତାଉଛନ୍ତି । ସେ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଅନେକ ଟ୍ୱିଟ୍‌ କରିଛନ୍ତି ।

ସମ୍ବନ୍ଧିତ ଖବର