ଭୁବନେଶ୍ବର,୦୪/୦୧: ଆମ୍ ବସ୍ ଧକ୍କାରେ ଅଟୋ ଚାଳକ ମୃତ୍ୟୁ ଘଟଣା। ଚନ୍ଦ୍ରଶେଖରପୁର ଆମ ବସ୍ ଡିପୋ ଘେରାଉ କଲେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ମହାସଂଘ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଟୋ ମହାସଂଘର ଆନ୍ଦୋଳନ। ଗେଟ୍ ଆଗରେ ସଂଘର କର୍ମକର୍ତ୍ତାଙ୍କ ନାରାବାଜି। ରାସ୍ତା ଉପରେ ଅଟୋ ରଖି ସଂଘ ପ୍ରତିବାଦ କରିଛି। ବସ୍ ଚକା ତଳେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲା ସଂଘ।

ସେପଟେ ପୁଣି ଭୁବନେଶ୍ବର ଓମ୍ଫେଡ୍ ଛକରେ ପୁଣି ସିରିଜ ଦୁର୍ଘଟଣା ହୋଇଛି । ରାସ୍ତା ଜାମ୍ ଯୋଗୁ ଫସିଳା ଶହଶହ ଗାଡ଼ି। ରାସ୍ତା ଜାମ୍ ଯୋଗୁ ଫସିଳା ଶହଶହ ଗାଡ଼ି। ଉତ୍ତ୍ୟକ୍ତ ଲୋକେ ଅଟକାଇଲେ ୧୫ରୁ ଅଧିକ ବସ୍। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ପ୍ରତିବାଦ ଦେଖିବାକୁ ମିଳିଛି।