PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସର୍ଜିକାଲ ଷ୍ଟ୍ରାଇକ୍-୨: ପାକିସ୍ତାନଠୁ ପ୍ରତିଶୋଧ ଖୁସିରେ ଅଟୋଚାଳକ କଲେ ଏମିତି କିଛି…

ନୁଆଦିଲ୍ଲୀ ୨୭/୨: ୨୬ ଫେବୃୟାରୀ ଭୋର୍ ପ୍ରାୟ ସାଢେ ତିନିଟା ସମୟରେ ଭାରତୀୟ ଏୟାରଫୋର୍ସ ପାକିସ୍ତାନର ଜୈଶ-ଏ-ମହମ୍ମଦର ଆଡ୍ଡାକୁ ଧ୍ୱସଂ କରିଦେଲେ । ପୁଲୱାମା ଆକ୍ରମଣ ପରେ ଭାରତୀୟମାନେ ପ୍ରତିଶୋଧ ଚାହୁଁଥିଲେ । ଏହି ଏୟାରଷ୍ଟ୍ରାଇକ୍ ପରେ ସାରା ଦେଶରେ ଖୁସିର ମାହୋଲ ଖେଳିଗଲା । ତେବେ ଏହାମଧ୍ଯରେ ଦିଲ୍ଲୀରେ ଜଣେ ଅଟୋ ଡ୍ରାଇଭର୍ ନିଜ ଅନ୍ଦାଜରେ ଖୁସିର ଉତ୍ସବକୁ ପାଳନ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍-୨ ପରେ ଅଟୋ ଡ୍ରାଇଭର ୨୬ ଫେବୃୟାରୀରେ ଯାତ୍ରୀଙ୍କୁ ଫ୍ରି ସେବା ଦେଇଛନ୍ତି ।

ମନୋଜ ନାମକ ଏହି ଅଟୋ ଡ୍ରାଇଭର୍ କହିଛନ୍ତି, ‘ମୁଁ ଫ୍ରି ରାଇଡ୍ସ ବ୍ଯତୀତ ଅଧିକ କିଛି କରିପାରିବିନି । ମୁଁ ଖୁସି ଅଛି । ଆଜି ମୁଁ କାହାଠୁ ପଇସା ନେବିନି ।‘ ମନୋଜ ଫ୍ରି ସର୍ଭିସକୁ ନେଇ ନିଜ ଅଟୋରେ ବୋର୍ଡ ମଧ୍ଯ ଲଗାଇଥିଲେ । ସେ ବୋର୍ଡରେ ଲେଖିଥିଲେ, ‘ପୁଲୱାମା ଆକ୍ରମଣର ପ୍ରତିଶୋଧରେ ମୁଁ ବହୁତ ଖୁସି । ଆଜି ଏହି ଅଟୋରେ ଫ୍ରି ସେବା । ସହିଦଙ୍କୁ ନମନ, ସେନାଙ୍କୁ ପ୍ରଣାମ, ମୋଦିଜୀ ଧନ୍ୟବାଦ ।‘

ସମ୍ବନ୍ଧିତ ଖବର