ଅଟୋ ଭିତରେ ଛାତ୍ରୀଙ୍କୁ ଅଟୋଚାଳକ କଲା ଅସଦାଚରଣ, ଚଳନ୍ତା ଗାଡିରୁ ଡେଇଁପଡି ନିଜ ଇଜ୍ଜତ ବଞ୍ଚାଇଲେ ଯୁବତୀ

ବିଜୟନଗର,୧୫/୨: ଛାତ୍ରୀ ଜଣକ ୧୦ମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଅଟୋରେ ଯାଉଥିବାବେଳେ ଅଟୋଚାଳକ ଅସଦାଚରଣ କରିଛି। ଛାତ୍ରୀକୁ ଅପହରଣ କରି ନିର୍ଯ୍ୟାତନା ଦେବାକୁ ଯୋଜନା କରିଥିଲା। ତେବେ ଅଟୋଚାଳକ ସ୍କୁଲ ନେବା ବଦଳରେ ବିଜୟନଗର ସ୍ଥିତ କାଶୀନାଥ ଆବାସୀୟ ଯୋଜନା ପାଇଁ ନୂଆ ତିଆରି ହେଉଥିବା କଲୋନିକୁ ନେଇଯାଇଥିଲା। ମାତ୍ର ଦୁର୍ଷ୍କମ କରିବା ଭୟରେ ଛାତ୍ରୀ ଜଣକ ପୂର୍ବରୁ ହିଁ ଚଳନ୍ତା ଅଟୋରୁ ଡେଇଁ ପଡ଼ି ନିଜ ଇଜ୍ଜତ ବଂଚାଇଥିଲେ। ରାସ୍ତାରେ ପଡ଼ିଯିବା ପରେ ପୀଡ଼ିତାର ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖି ଅନ୍ୟ ଯାତ୍ରୀମାନେ ପ୍ରତାପ ବିହାର ସ୍ଥିତ ନେଜି ହସ୍ବିଟାଲକୁ ନେଇଯାଇଥିଲେ।
ବିଜୟନଗର ପୁଲିସ ଅଭିଯୁକ୍ତ ଚାଳକ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତାକୁ ଗିରଫ କରିଥିଲେ। ପୀଡ଼ିତାଙ୍କ ବାପାଙ୍କ କହିବାନୁସାରେ, ସେ ମଜୁରୀ କରି ପରିବାର ଭରଣ ପୋଷଣ କରନ୍ତି। ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର। ୧୯ବର୍ଷର ଏହି ବଡ଼ ଝିଅ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ସକାଳ ୭ଟାରେ ବାହାରିଥିଲା। ବିଜୟନଗରରୁ ଅଟୋରେ ବସି ଜସୀପୁର ପର୍ଯ୍ୟନ୍ତ ଯାଇଥିଲା। ସେହିଠାରୁ ପୁଣି ସ୍କୁଲ ଯିବା ପାଇଁ ଅନ୍ୟ ଏକ ଅଟୋରେ ବସିଥିଲା। ଅଟୋରେ ଚାଳକ ବ୍ୟତୀତ ଆଉ କେହି ନଥିଲେ। ଛାତ୍ରୀ ଜଣଙ୍କୁ ଏକଲା ଥିବାରୁ ତାକୁ ସ୍କୁଲ ନେବା ବଦଳରେ ନୂଆ କଲୋନିକୁ ନେଇଯାଇଥିଲା। ଏମିତିକି ସମ୍ପର୍କ ରଖିବାକୁ ପୀଡ଼ିତାଙ୍କୁ ଧମକ ଦେଇଥିଲା। ପୀଡ଼ିତା ଅଟୋରୁ ବାହାରି ତଳେ ପଡ଼ିଯିବା ପରେ ଅଟୋ ଚାଳକ ସେଠାରୁ ଫେରାର୍ ହୋଇଯାଇଛି।
ବିଜୟନଗର ଏସ୍ଏଚ୍ଓ ସ୍ବାମବୀର ସିଂହ କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକ ଦେଇଥିବା ବୟାନ ଅନୁସାରେ ଅଭିଯୁକ୍ତ ଅଟୋ ଚାଳକ ନାଁରେ ମାମାଲା ରୁଜ୍ଜୁ କରାଯାଇଛି।