ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମହଙ୍ଗା ହେବ ଅଟୋରେ ଯାତ୍ରା, ଫେବ୍ରୁଆରୀ ପହିଲାରୁ ବଢ଼ିବ ଭଡ଼ା

Published By : Tapas Panda | January 24, 2025 11:24 PM

Image Courtesy: indiatvnews

ମୁମ୍ବାଇ: ସହରରେ ଅଟୋରେ ଯାତ୍ରା କରିବା ମହଙ୍ଗା ହେବ । ଅଟୋ ରିକ୍ସା ଏବଂ ଟ୍ୟାକ୍ସି ଭଡ଼ା ବଢ଼ିଛି । ମୂଳ ଭଡ଼ା ଉପରେ ୩ ଟଙ୍କା ବଢ଼ିଥିବା ଜଣାପଡ଼ିଛି । ତେବେ ଏହି ବର୍ଦ୍ଧିତ ଭଡ଼ା ଫେବ୍ରୁଆରୀ ୧ରୁ ଲାଗୁ ହେବାକୁ ଯାଉଛି । ଭଡ଼ା ବଢ଼ାଇବାକୁ ମୁମ୍ବାଇ ମେଟ୍ରୋପଲିଟାନ୍‌ ରୋଡ୍‌ ଟ୍ରାନ୍ସପୋର୍ଟ (ଏମଏମଆରଟିଏ) ନିଷ୍ପତ୍ତି ନେଇଛି । ଗୁରୁବାର ଏନେଇ ଘୋଷଣା କରିବା ସହ ଏମଏମଆରଟିଏ ପକ୍ଷରୁ କୁହାଯାଇଛି ଯେ, ମୂଳ ଭଡ଼ା ଥିବା ୨୩ ଟଙ୍କାକୁ ୨୬ ଟଙ୍କା କରିଦିଆଯାଇଛି । ସେହିଭଳି କଳା ଓ ହଳଦିଆ ଟ୍ୟାକ୍ସି ଭଡ଼ାକୁ ୨୮ ଟଙ୍କାରୁ ୩୧ ଟଙ୍କାକୁ ବଢ଼ାଇ ଦିଆଯାଇଛି । 

 ଏସି କ୍ୟାବ୍‌ର ମୂଳ ଭଡ଼ା ୪୦ ଥିବା ବେଳେ ଫେବ୍ରୁଆରୀ ୧ରୁ ଏହାର ଭଡ଼ା ୪୮ ଟଙ୍କା ହେବ ।  ମୁମ୍ବାଇରେ ପ୍ରତିଦିନ ପ୍ରାୟ ୨.୩ ଲକ୍ଷ ଅଟୋ ଏବଂ ୨୦ ହଜାର କଳା-ହଳଦିଆ ରଙ୍ଗର ଟ୍ୟାକ୍ସି ଗଡ଼ୁଛି । ଏହି ବର୍ଦ୍ଧିତ ଭଡ଼ା ମୁମ୍ବାଇ, ଥାଣେ, ନଭି ମୁମ୍ବାଇ, କଲ୍ୟାଣ, ବସାଇ-ବିରାର ଏବଂ ପାନଭେଲ୍‌ରେ ଲାଗୁ ହେବ । 

 ସେୟାର ଅଟୋ ଏବଂ ଟ୍ୟାକ୍ସି ଭଡ଼ା ଏକ ଟଙ୍କା ବୃଦ୍ଧି ପାଇଛି । ସେପଟେ ମହାରାଷ୍ଟ୍ରର ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ବସ୍‌ ଭଡ଼ା ୧୪.୯୫ ପ୍ରତିଶତ ବଢ଼ାଇବାକୁ ଅନୁମତି ଦେଇଛି । ଏସଟିଏ ଅଧିନରେ ସର୍ବାଧିକ ୧୫ ହଜାର ବସ୍‌ ଚଳାଚଳ କରୁଥିବା ବେଳେ ପ୍ରତିଦିନ ୫୫ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.