ଅଲଗା ହେଲେ ଇମ୍ରାନ-ଅବନ୍ତିକା! ଇନଷ୍ଟାଗ୍ରାମ୍ ପୋଷ୍ଟ କରି ଜଣାଇଲେ ଅଭିନେତାଙ୍କ ପତ୍ନୀ

zoomtv
ନୂଆଦିଲ୍ଲୀ ୨୩/୦୩ : ଅଭିନେତା ଇମ୍ରାନ ଖାନ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ଅଛନ୍ତି। ହେଲେ ସେ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଇମ୍ରାନ ଅବନ୍ତିକା ମଲିକଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୯ ଠାରୁ ଦୁହେଁ ଅଲଗା ରହୁଛନ୍ତି । ଉଭଙ୍କ ଛାଡପତ୍ରର ଗୁଜବ ପ୍ରାୟତଃ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଅବନ୍ତିକା ଅନେକ ପୋଷ୍ଟ କରନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ବର୍ତ୍ତମାନ ଏହି ଦମ୍ପତି ଏକ ପୋଷ୍ଟ ହେତୁ ପୁଣି ଆଲୋଚନାକୁ ଆସିଛନ୍ତି।

ଅବନ୍ତିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ମାଇଲି ସାଇରସଙ୍କ ଗୀତର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଛାଡପତ୍ରର ଲିରିକ୍ସ ଥିଲା। ପୋଷ୍ଟରେ ଲେଖାଥିଲା, ‘ଛାଡପତ୍ର ତାଙ୍କ ପାଇଁ ସବୁଠୁ ଭଲ କଥା ଥିଲା।‘ ଏହାକୁ ସେୟାର କରି ଅବନ୍ତିକା କ୍ୟାପସନରେ ଲେଖିଛନ୍ତି, ‘କେବଳ ସେ ନୁହଁନ୍ତି… # ଜଷ୍ଟ ସେଇଙ୍ଗ୍।‘ ଅବନ୍ତିକାଙ୍କ ଏହି ପୋଷ୍ଟ ରେଡ୍ଡିଟ୍ ଡଟ୍ କମରେ ସ୍ଥାନ ପାଇଛି। ଅନେକ ଲୋକ କମେଣ୍ଟ ଦେଇ ଲୋଖୁଛନ୍ତି, ‘କଠିନ ଜୀବନ ବଞ୍ଚିବା ଅପେକ୍ଷା ଅଲଗା ହେବା ଭଲ।’

୨୦୧୧ ରେ ଇମ୍ରାନଓ ଅବନ୍ତିକା ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଅଛି। ୨୦୧୯ ମସିହାରେ ଇଣ୍ଟରନେଟରେ ସେମାନଙ୍କ ଅଲଗା ହେବାର ଗୁଜବ ପ୍ରଚାରିତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ଅଲଗା ହେବାର କାରଣ ହେଉଛି ଜଣେ ଅଭିନେତା ଭାବରେ ଇମ୍ରାନ ଖାନଙ୍କ ଅସଫଳ କ୍ୟାରିୟର।