ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବିମାନ ଉଡିବାକୁ ପାଉନଥିଲା ଶକ୍ତିି, ଦୁଇ ଇଞ୍ଜିନ ଫେଲ୍ ହୋଇଥିବା ଆଶଙ୍କା କଲେ ବିଶେଷଜ୍ଞ

Published By : Harapriya Biswal | June 12, 2025 6:35 PM

ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନର ଟେକଅଫ୍ ସମୟରେ ଦୁର୍ଘଟଣା। ଏହି ଘଟଣା  ସାରା ଦେଶକୁ ସ୍ତବ୍ଧ କରିଛି।  ବିମାନରେ ଦୁଇ ପାଇଲଟ୍‌ଙ୍କ ସହ ମୋଟ ୨୪୨ ଆରୋହୀ ଥିଲେ। ସାରା ବିଶ୍ବର ବିମାନ ଉପରେ ନଜର ରଖୁଥିବା ସାଇଟ୍ ଫ୍ଲାଇଟ୍‌ ରାଡାର ଅନୁସାରେ, ବିମାନ ମଧ୍ୟାହ୍ନ ୧ଟା ୩୮ ମିନିଟ୍‌ରେ ଟେକଅଫ୍‌ କରିଥିଲା। ବିମାନର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଲ୍ୟାଣ୍ଡିଂ ଗିଅର(ଟାୟର) ଖୋଲା ଥିବାର ଦେଖିବାକୁ ମିଳୁଛି। ବିମାନ ଧିରେ ଧିରେ ତଳକୁ ଚାଲିଯାଇଥିଲା। ତା ପରେ ନିଆଁ ଦେଖିବାକୁ ମିଳିଲା। ଲଣ୍ଡନ ଯାଉଥିବା ଲମ୍ବା ଦୂରଗାମୀ ଏହି ବିମାନରେ ଉଡାଣ ପୂର୍ବରୁ ପ୍ରଚୁର ପରିମାଣ ଇନ୍ଧନ ଭରାଯାଇଥିଲା।

ବେସାମରିକା ବିମାନ ଚଳାଚଳ ବିଶେଷଜ୍ଞ ଓ ପୂର୍ବତନ ଓ୍ବିଙ୍ଗ କମାଣ୍ଡର ଆଲୋକ ସହାୟ ଏକ ସାକ୍ଷାତକାରରେ କହିଛନ୍ତି, ଭିଡିଓ ଦେଖି ଲାଗୁଛି ବିମାନକୁ ଇଞ୍ଜିନଠାରୁ ଥ୍ରଷ୍ଟ (ଉପରକୁ ଠେଲିବାକୁ ଶକ୍ତି) ମିଳୁନଥିଲା। ତେଣୁ ବିମାନ ଉପରକୁ ଉଠି ପାରିନଥିଲା। ଭିଡିଓରେ ଇଞ୍ଜିନରେ ନିଆଁ ଥିଲା କିନ୍ତୁ ଧୂଆଁ ଦେଖିବାକୁ ମିଳୁନି, ଏଥିରୁ କହିହେବ ବହୁତ ଗୁଡିଏ ପକ୍ଷୀ ବିମାନ ସହ ମାଡ଼ ହୋଇ ଇଞ୍ଜିନ ଭିତରେ ଫଶି ଯାଇଛନ୍ତି। ଯାଞ୍ଚ ପରେ ପ୍ରକୃତ କଥା ଜଣାପଡିବ, ତେବେ ବିମାନ ଉଡିବାକୁ ଶକ୍ତି ମିଳୁନଥିଲା। ତାହା ଉପରକୁ ଯାଇ ପାରୁନଥିଲା ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ।

ସହାୟ କହିଛନ୍ତି ଅହମ୍ମଦାବାଦ ଏୟାରପୋର୍ଟ ବନ୍ଦ କରିବା ଏହି କଥାର ସଙ୍କେତ ଯେ, ଯାଞ୍ଚ ଟିମ୍ ଏହା ଦେଖିବା ପାଇଁ ରନଓ୍ବେ ଚେକ୍ କରିପାରନ୍ତି ଯେ, ଦୁର୍ଘଟଣାରେ ଏହାର କୌଣସି ଭୂମିକା ନାହିଁ ତ ? ସେ କହିଛନ୍ତି, ଟେକଅଫ୍‌ ସମୟରେ ଦୁର୍ଘଟଣା ଖୁବ୍ ଭୟଙ୍କର ହୋଇଥାଏ। କାରଣ ଏଥିରେ ଭରପୁର ଇନ୍ଧନ ରହିଥାଏ। ଭିଡିଓରେ ବିମାନର ଓ୍ବିଙ୍ଗସ୍ ଲେବଲ ଠିକ୍ ଅଛି। ସନ୍ତୁଳନ ବି ଠିକ୍ ଅଛି, କିନ୍ତୁ ତଳକୁ ଖସି ପଡିଲା। ଏହା ଦେଖିହେବ ଯେ, ବିମାନ ଇଞ୍ଜିନ ଉପରକୁ ଯିବାର ଶକ୍ତି ପାଉନଥିଲା। ବିମାନ ଟେକଅଫ୍‌ରେ ଏକ କ୍ରିଟିକାଲ ଷ୍ଟେଜରେ ଆସିଥାଏ। ଏହାକୁ ପାର କରିବା ପରେ ପାଇଲଟକୁ କିଛି ସମସ୍ୟା ଥିବା ଜଣାପଡିବା ପରେ ବି ସେ ଟେକଅଫ୍‌କୁ ରୋକନ୍ତି ନାହିଁ, କାରଣ ସେ ସ୍ଥିତିରେ ଅଧିକ କ୍ଷତି ହୋଇପାରେ। ଗୋଟିଏ ବି ଇଞ୍ଜିନ କାମ କରୁଥିଲେ ପାଇଲଟ ବିମାନକୁ ଉପରକୁ ନେଇ ପାରିଥାନ୍ତେ ଓ ଏମର୍ଜେନ୍ସି ସ୍ଥିତିରେ ବିମାନକୁ ଅବତରଣ କରିପାରିଥାନ୍ତେ। ଏହା ସ୍ପଷ୍ଟ ଯେ ବିମାନର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା ଓ ଏହାକୁ ଥ୍ରଷ୍ଟ ମିଳୁନଥିଲା। ଇନ୍ଧନର ସପ୍ଲାଇ ଇଞ୍ଜିନ ପର୍ଯ୍ୟନ୍ତ ପହଁଞ୍ଚି ନପାରିବା ଏକ ସମ୍ଭାବିତ କାରଣ। ଏଭଳି ଟେକ୍ନିକାଲ ଏରର ବା ଇଲେକ୍ଟ୍ରିକାଲ ଫେଲଓ୍ବରର କାରଣ ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.