ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୭/ ୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଆହତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିପାରନ୍ତି। କାନେବେରାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। ଏଥିସହିତ ହେମଷ୍ଟ୍ରିଙ୍ଗ୍‌ ସମସ୍ୟା ଦେଖା ଯାଇଥିଲା। ଯାହାଫଳରେ ଟି-୨୦ ସିରିଜରୁ ବାଦ ପଡ଼ିଥିଲେ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହେମଷ୍ଟ୍ରୀଙ୍ଗ୍‌ ଆହତ ଜନିତ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିପାରନ୍ତି ଜାଡେଜା।

ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୧୭ ତାରିଖରେ ଆଡିଲେଡରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟରୁ ବାଦ ପଡ଼ିପାରନ୍ତି ଜାଡେଜା। ଯଦି ସେ ବାଦ ପଡ଼ିଲେ ତେବେ ନିଜର ୫୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଜାଡେଜାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଜାଡେଜା ଭାରତ ପାଇଁ ୪୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୧୩ ଓ୍ବିକେଟ ନେବା ସହ ୧୮୬୯ ରନ୍‌ କରିଛନ୍ତି। ଟେଷ୍ଟ କ୍ୟାରିଅରରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ଜାଡେଜାଙ୍କ ନାମରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.